ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ଛୁଆକୁ ରାସ୍ତାକଡ଼ କୁକୁର ସହ ଦେଖିବାକୁ ମିଳୁଛି। ଦୁହେଁ ଦୁହିଁକୁ ସ୍ନେହ କରୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଦେଖିବା ପରେ ଏହା ବୁଝାପଡେ ଯେ ପ୍ରେମ ହେଉଛି ଏକମାତ୍ର ଭାଷା, ଯାହା ସାହାଯ୍ୟରେ ଯେ କୌଣସି ମଣିଷ ସହିତ ଯୋଗାଯୋଗ ସ୍ଥାପନ କରିହେବ। ଭିଡିଓକୁ ବୁଏଟେନଗେବିଡେନ ଟୁଇଟରରେ ହ୍ୟାଣ୍ଡେଲରେ ଶେୟାର ହୋଇଛି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।
https://twitter.com/buitengebieden_/status/1495514756102471682?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1495514756102471682%7Ctwgr%5E%7Ctwcon%5Es1_&ref_url=https%3A%2F%2Fndtv.in%2Fzara-hatke%2Fthis-child-is-loving-the-dog-on-the-road-people-watching-the-video-said-the-child-is-true-to-the-heart-2780486