କୂଅରେ ପଡ଼ିଗଲେ ଶିଶୁକନ୍ୟା

ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ସହର କୁରୁମଟିକିରା ପଡାର ଏକ ଦେଢବର୍ଷର ଶିଶୁକନ୍ୟା କୂଅରେ ପଡି ମୃତ୍ୟୁବରଣ କରିଛି। ସେ ହେଲା କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ଆଦ୍ୟାଶା। ସୂଚନାମତେ ଆଦ୍ୟାଶା ଅପରାହ୍ନ ୪ଟା ବେଳେ ବାଡିପଟେ ଖେଳୁଥିବା ବେଳେ କୂଅରେ ପଡିଯାଇଥିଲା। ପରିବାର ଲୋକେ ଉଦ୍ଧାର କରି ରେଢାଖୋଲ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।

Share