ନିଖୋଜର ୨ ବର୍ଷ ପରେ ଗୁପ୍ତ କୋଠରିରୁ ଶିଶୁ ଉଦ୍ଧାର

ନ୍ୟୁୟର୍କ, ୧୮ା୨: ନ୍ୟୁୟର୍କରେ ଆଶ୍ଚର୍ଯ୍ୟ କରିଦେବା ଭଳି ଏକ ଖବର ସାମ୍‌ନାକୁ ଆସିଛି। ୨ ବର୍ଷ ହେଲା ଜଣେ ୬ ବର୍ଷର ଶିଶୁ କନ୍ୟା ନିଖୋଜ ଥିବାବେଳେ ପୋଲିସ ସୋମବାର ରାତିରେ ତାଙ୍କୁ ନ୍ୟୁୟର୍କର ହୁଡ୍‌ସନ୍‌ ଭ୍ୟାଲିରେ ଏକ ଗୁପ୍ତ କୋଠରିରୁ ସୁରକ୍ଷିତ ଅବସ୍ଥାରେ ଉଦ୍ଧାର କରିଛି। କାୟୁଗା ହାଇଟ୍‌ସର ପୂର୍ବରେ ପ୍ରାୟ ୨୧୦ କି.ମି. ଦୂରରେ ଥିବା ଏକ ଶିଡ଼ି ଘର ତଳେ ଛୋଟ, ଅନ୍ଧାରିଆ ତଥା ଥଣ୍ଡା ଘରେ ଶିଶୁକନ୍ୟା ଜଣକୁ ତାଲା ପକାଇ ରଖାଯାଇଥିଲା। ପୈସ୍‌ଲି ଶୁଲ୍‌ଟିସ୍‌ ୨୦୧୯ ଜୁଲାଇରେ ସମାନ ସ୍ଥାନରୁ ନିଖୋଜ ହୋଇଥିଲେ। ପୈସଲିଙ୍କ ଜନ୍ମକଲା ମା’ବାପା ତାଙ୍କ ହେପାଜତ ହରାଇବା ପରେ ସେମାନେ ହିଁ ତାଙ୍କୁ ଅପହରଣ କରିଥିବା ପୋଲିସ ସନ୍ଦେହ କରିଥିଲା। ଏବେ ଶିଶୁଙ୍କୁ ତାଙ୍କ ଆଇନଗତ ମାତାପିତାଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ ପୈସଲିଙ୍କ ଜନ୍ମକଲା ମା’ ବାପା ଏବଂ ଜେଜେଙ୍କ ନାଁରେ ମାମଲା ରୁଜୁ କରିଛି।

Share