Categories: ଖେଳ

ମ୍ୟାଚ ପୂର୍ବରୁ ବାଂଲାଦେଶକୁ ଝଟକା, ପୂରା ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି ଖେଳାଳି

ଢାକା,୩୦।୮: ଆଜିଠାରୁ ଏସିଆ କପ ୨୦୨୩ ଆରମ୍ଭ ହେଉଛି। ଓପନିଂ ମ୍ୟାଚ ନେପାଳ ଏବଂ ପାକିସ୍ତାନ ମଧ୍ୟରେ ମୁଲତାନ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ସମୟରେ ବାଂଲାଦେଶ ଦଳ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଛି। ଦଳର ଷ୍ଟାର ଓପନର୍‌ ବ୍ୟାଟ୍ସମ୍ୟାନ ଲିଟନ ଦାସଙ୍କୁ ପୁରା ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯାଇଛି। ସେ ଭାଇରାଲ ଜ୍ୱରରୁ ଭଲ ହୋଇନାହାନ୍ତି ଏବଂ ଏହି କାରଣରୁ ସେ ଶ୍ରୀଲଙ୍କାରେ ଦଳର ଉଦ୍‌ଘାଟନୀ ମ୍ୟାଚକୁ ଯାଇ ନଥିଲେ। ତାଙ୍କ ସ୍ଥାନରେ ବାଂଲାଦେଶ କ୍ରିକେଟ ବୋର୍ଡ ଦଳର ଜଣେ ଖେଳାଳିଙ୍କୁ ସାମିଲ କରିଛି। ଏହି ଖେଳାଳି ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଅନାମୁଲ ହକ ବିଜୟଙ୍କ ବ୍ୟତୀତ ଆଉ କେହି ନୁହଁନ୍ତି, ଯିଏ ଲିଟନ ଦାସଙ୍କ ସ୍ଥାନରେ ଦଳରେ ସ୍ଥାନ ପାଇଛନ୍ତି।

 

Share