ପେଟ ଭିତରେ ଜୀବନ୍ତ ମାଛି, କର୍କଟ ପରୀକ୍ଷା କ୍ୟାମେରାରେ ପଡିଲା ଧରା, ଭିଡିଓ ଭାଇରାଲ…

ନ୍ୟୁୟର୍କ,୨୪।୧୧ : ସମ୍ପ୍ରତି ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ମନୁଷ୍ୟର ପେଟ ଭିତରେ ମଧ୍ୟ ଏକ ମାଛି ବଞ୍ଚିପାରିବ ବୋଲି ଜାଣିବା ପରେ ଡାକ୍ତର ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ମାଛି ସମ୍ପୃକ୍ତ ବ୍ୟକ୍ତିଙ୍କ ପେଟରୁ ହଟୁନାହିଁ। ଏବେ ସବୁଠାରୁ ବଡ ପ୍ରଶ୍ନ ହେଉଛି ପରବର୍ତ୍ତୀ ସମୟରେ କଣ ହେବ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିସୌରୀ ହସ୍ପିଟାଲରୁ ଏହି ମାମଲା ସାମ୍ନାକୁ ଆସିଛି। ଆମେରିକୀୟ ଜର୍ନାଲ ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିରେ ପ୍ରକାଶିତ ଏକ ଆର୍ଟିକିଲ ଅନୁଯାୟୀ, ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତି ଦୀର୍ଘ ସମୟ ଧରି ଶାରୀରିକ ସମସ୍ୟାରେ ପଡ଼ିଥିଲେ। ସେ କୋଲୋନ କର୍କଟ ରୋଗରଯାଞ୍ଚ ପାଇଁ ହସ୍ପିଟାଲକୁ ଆସିଥିଲେ। ଡାକ୍ତରମାନେ କଲୋନୋସ୍କୋପି କରିବାକୁ ନିଷ୍ପତ୍ତି ନେଇଥିଲେ।

ଯେତେବେଳେ ତାଙ୍କ ଅନ୍ତନାଳୀକୁ କ୍ୟାମେରା ପଠାଗଲା, ଏଥିରେ କଏଦ ହୋଇଥିବା ଫଟୋ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। କୁହାଯାଉଛି ସେହି ବ୍ୟକ୍ତିଙ୍କ ପେଟ ଭିତରେ ଏକ ମାଛି ଥିଲା, ଯାହା ଜୀବନ୍ତ ଥିଲା। ଡାକ୍ତରଙ୍କ କହିବାନୁସାରେ, ସେମାନେ ନିଜେ ବୁଝିବାକୁ ସକ୍ଷମ ନୁହଁନ୍ତି କିପରି ମାଛି ପେଟ ଭିତରେ ଜୀବିତ ରହିଛି। ମାଛି ଗ୍ୟାଷ୍ଟ୍ରିକ ଏସିଡରୁ କିପରି ବଞ୍ଚିଲା? ସେନେଇ ପ୍ରଶ୍ନ ଉଠିଛି। ଆମେରିକୀୟ ଜର୍ନାଲ ଅଫ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିରେ ଉଲ୍ଲେଖ କରାଯାଇଛି ଏହି ମାମଲା ଏକ ବିରଳ କଲୋନୋସ୍କୋପିକ ଘଟଣା ।

ଏହି ପରିପ୍ରେକ୍ଷୀରେ ଏକ ସୂଚନା ମଧ୍ୟ ସାମ୍ନାକୁ ଆସିଛି ସମ୍ପୃକ୍ତ ପୂର୍ବରୁ ପିଜା ଏବଂ ସାଲାଡ ଖାଇଥିଲେ। ଏହା ପରେ, କଲୋନୋସ୍କୋପିର ଗୋଟିଏ ଦିନ ପୂର୍ବରୁ, କେବଳ ତରଳ ଖାଦ୍ୟ ଗ୍ରହଣ କରିଥିଲେ। ତା’ପରେ ଖାଲି ପେଟରେ ୨୪ ଘଣ୍ଟା ରହିଥିଲେ। ତେବେ ଖାଦ୍ୟରେ ମାଛି କିମ୍ବା ମଇଳା ଥିବା ତାଙ୍କର କିଛି ମନେ ନାହିଁ ବୋଲି ସେ କହିଛନ୍ତି। ବର୍ତ୍ତମାନ ବଡ ପ୍ରସଙ୍ଗ ହେଉଛି ଏହି ମାଛିକୁ ସେହି ସ୍ଥାନରୁ ହଟାଯିବ କିପରି। ଡାକ୍ତରମାନେ ସେମାନଙ୍କ ସୂଚନାରେ ଲେଖିଛନ୍ତି ସମସ୍ତ ଚେଷ୍ଟା ସତ୍ତ୍ୱେ ମାଛି ନିଜ ବସିଥିବା ସ୍ଥାନରୁ ଟିକେ ବି ହଟୁନାହିଁ। ବର୍ତ୍ତମାନ ଏହାକୁ ହଟାଇବା ପାଇଁ ଅନ୍ୟ ପଦ୍ଧତିଗୁଡ଼ିକ ଉପରେ ବିଚାର କରାଯାଉଛି ।

 

Share