Categories: ଜାତୀୟ

ୟୁଟ୍ୟୁବରେ ଚନ୍ଦ୍ରୟାନ-୩ର ଲାଇଭ ଷ୍ଟ୍ରିମିଂ ଭାଙ୍ଗିଲା ବିଶ୍ୱରେକର୍ଡ

ନୂଆଦିଲ୍ଲୀ,୨୪।୮: ଭାରତର ଚନ୍ଦ୍ରାୟନ-୩ ଚନ୍ଦ୍ରରେ ସଫଳ ଅବତରଣ କରିଛି। ଏହା ସହ ଚନ୍ଦ୍ରର ଦକ୍ଷିଣ ମରେୁରେ ପାଦ ଦେବାରେ ଭାରତ ବିଶ୍ୱର ପ୍ରଥମ ଦେଶ ହୋଇଛି। ଏହି ସମୟରେ ଇସ୍ରୋର ଲାଇଭ ଷ୍ଟ୍ରିମିଂ ଲିଙ୍କ ମଧ୍ୟ ୟୁଟ୍ୟୁବରେ ଇତିହାସ ସୃଷ୍ଟି କରିଛି। ଚନ୍ଦ୍ରୟାନ-୩ର ଅବତରଣର ଲାଇଭ ଷ୍ଟ୍ରିମିଂକୁ ଏକାସାଙ୍ଗରେ ୮.୦୭ ନିୟୁତ ଲୋକ ଦେଖିଥିଲେ, ଯାହା ୟୁଟ୍ୟୁବ ଇତିହାସରେ ସମସ୍ତ ରେକର୍ଡ ଭାଙ୍ଗିଥିଲା।
ବର୍ତ୍ତମାନ ପର୍ଯ୍ୟନ୍ତ ୟୁଟ୍ୟୁବ, ବ୍ରାଜିଲ ବନାମ କୋରିଆର ଫୁଟବଲ ମ୍ୟାଚର ଲାଇଭ ଷ୍ଟ୍ରିମିଂକୁ ଏକାସାଙ୍ଗରେ ୬.୧୫ ନିୟୁତ ଲୋକ ଦେଖିଥିଲେ। ଚନ୍ଦ୍ରାୟଣ -୩ର ଲାଇଭ ଷ୍ଟ୍ରିମିଂ ତାହାକୁ ପଛରେ ପକାଇଥିଲା। ଏକାସାଙ୍ଗରେ ବ୍ରାଜିଲ ବନାମ କ୍ରୋଏସିଆ ଫୁଟବଲ ମ୍ୟାଚ ତିନି ନମ୍ବରରେ ଥିଲା, ଯାହାକୁ ଏକାସାଙ୍ଗରେ ୫.୨ ମିଲିୟନ ଲୋକ ଦେଖିଥିଲେ।
ଇସ୍ରୋର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଚନ୍ଦ୍ରାୟନ-୩ ଅବତରଣ କରିବା ପୂର୍ବରୁ ଦର୍ଶକଙ୍କ ସଂଖ୍ୟା ୨.୬୮ ନିୟୁତ ଅର୍ଥାତ୍‌ ପ୍ରାୟ ୨୬ ଲକ୍ଷ ଥିଲା, ଯାହା ସଫଳ ଅବତରଣ ପରେ ବର୍ତ୍ତମାନ ୩୫ ଲକ୍ଷକୁ ବୃଦ୍ଧି ପାଇଛି। ଅବତରଣର ଲାଇଭ ଟେଲିକାଷ୍ଟ ପ୍ରାୟ ଏକ ଘଣ୍ଟା ୧୧ ମିନିଟ ପର୍ଯ୍ୟନ୍ତ ଚାଲିଥିଲା ଏବଂ ଇସ୍ରୋ ମାତ୍ର ଏକ ଘଣ୍ଟାରେ ୯ ଲକ୍ଷ ସବ୍‌ସ୍ରାଇବର୍‌ ୍ବଢିଯାଇଥିଲା। ଏକକାଳୀନ ଇସ୍ରୋର ଲାଇଭ ପ୍ରସାରଣକୁ ଦର୍ଶନଙ୍କ ସଂଖ୍ୟା ତିନି ଗୁଣରୁ ଅଧିକ।

Share