Categories: ଜାତୀୟ

ନାବାଳିକା ଅବା ନାବାଳକଙ୍କ ସହିତ ଲିଭଇନରେ ରହିବା ଅମାନ୍ୟ, ଏହା ଆଇନ ସମାଜର ବିରୁଦ୍ଧ: ହାଇକୋର୍ଟ…

ଲକ୍ଷ୍ନୌ,୨।୮ : ଯଦି ଲିଭଇନ ସମ୍ପର୍କରେ ରହୁଥିବା ଦୁଇ ମଧ୍ୟରୁ ଜଣେ ନାବାଳିକା ଅବା ନାବାଳକ, ତେବେ ସମ୍ପର୍କକୁ ଅମାନ୍ୟ ବୋଲି ଧରାଯିବ। ଏହା ସୁରକ୍ଷା ଅଧୀନରେ ଆସିବ ନାହିଁ। ଏକ ମାମଲାର ଶୁଣାଣି ବେଳେ ଆହ୍ଲାବାଦ ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି ଏବଂ କହିଛନ୍ତି ଏହି ସମ୍ପର୍କ ଆଇନ ଏବଂ ସମାଜର ବିରୁଦ୍ଧ ଅଟେ। କୋର୍ଟ କହିଛନ୍ତି କେବଳ ବୟସ୍କମାନଙ୍କୁ ଲିଭଇନରେ ରହିବାକୁ ଅନୁମତି ଦିଆଯାଇଛି।

ଜଷ୍ଟିସ ଭି.କେ ବିର୍ଲା ଏବଂ ଜଷ୍ଟିସ ରାଜେନ୍ଦ୍ରଙ୍କ ବେଞ୍ଚ ଏହି ମାମଲାର ଶୁଣାଣି କରୁଛନ୍ତି। ଏଫଆଇଆର୍‌ ରଦ୍ଦ କରିବାକୁ ଦାବି କରି ଏହି ଦମ୍ପତି କୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ଏଫଆଇଆରରେ ଅପହରଣ ଅଭିଯୋଗ ଆସିଛି। ଅଦାଲତ କହିଛନ୍ତି ନାବାଳକଙ୍କ ଦ୍ୱାରା ବୟସ୍କ ମହିଳାଙ୍କୁ ଅପହରଣ କରିବା ଅପରାଧ କି ନୁହେଁ, କେବଳ ଅନୁସନ୍ଧାନ ପରେ ନିଷ୍ପତ୍ତି ନିଆଯିବ।

କୋର୍ଟ କହିଛନ୍ତି, ନାବାଳିକା ଅବା ନାବାଳକଙ୍କ ସହ ଲିଭଇନ ସମ୍ପର୍କ ଏକ ଅପରାଧ। ଶିଶୁ ସୁରକ୍ଷା ଆଇନ ଅନୁଯାୟୀ ଅପରାଧ ଅଟେ। ଅଦାଲତ କହିଛନ୍ତି ଏହି ଦମ୍ପତିଙ୍କୁ କୌଣସି ଆଶ୍ୱସ୍ତି ଦିଆଯାଇପାରିବ ନାହିଁ। ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଏହି ମାମଲାରେ ଧାରା ୨୨୬ ଅନୁଯାୟୀ ହସ୍ତକ୍ଷେପ କରିବା ଲାଗି ଅନୁପଯୁକ୍ତ।

ଆବେଦନକାରୀ କହିଛନ୍ତି ତାଙ୍କୁ ୧୯ ବର୍ଷ ବୟସ ଏବଂ ସେ ନିଜ ଇଚ୍ଛାରେ ଲିଭଇନ ରହୁଛନ୍ତି ଏବଂ ତାଙ୍କ ସହ ଅଧିକ ରହିବାକୁ ଚାହୁଁଛନ୍ତି। ଏହି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଆବେଦନକାରୀଙ୍କ ମଧ୍ୟରୁ ଜଣେ ନାବାଳକ ଏବଂ ଯଦି କୋର୍ଟ ଏହାକୁ ଅନୁମତି ଦିଅନ୍ତି ତେବେ ଏହା ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ। କୋର୍ଟ କହିଛନ୍ତି ଏହି ଦମ୍ପତିଙ୍କ ମଧ୍ୟରୁ ଜଣେ ନାବାଳକ, ଯାହାଙ୍କର ବୟସ ୧୮ ବର୍ଷରୁ କମ। ଏଭଳି ପରିସ୍ଥିତିରେ, ଏପରି ସମ୍ପର୍କ ରଖିବା ଆଇନ ବିରୁଦ୍ଧ ଏବଂ ଏହା ପୋକ୍ସା ଅଧିନିୟମ ଅନୁଯାୟୀ ଅପରାଧ ଅଟେ ।

ଆବେଦନକାରୀଙ୍କ ମଧ୍ୟରେ ଜଣେ ମୁସଲମାନ ମଧ୍ୟ ଅଛନ୍ତି। ସୁପ୍ରିମକୋର୍ଟଙ୍କ ରାୟକୁ ଦର୍ଶାଇ ବେଞ୍ଚ ଏହା ମଧ୍ୟ କହିଛନ୍ତି ମୁସଲିମ ନିୟମ ଅନୁଯାୟୀ ଲିଭଇନ ସମ୍ପର୍କ ଅନୁମୋଦିତ ନୁହେଁ।

Share