୧୧ ଦଫା ଦାବି ନେଇ ଗର୍ଜିଲା ଜୀବିକା ମିଶନ ଇସି ସଂଘ: ୧୩ରୁ ବିଧାନସଭା ଆଗରେ ଧାରଣା

ବରଗଡ଼,୩୦।୧(ପ୍ରେମାନନ୍ଦ ଖମାରୀ):ରାଜ୍ୟ ସରକାର ଜୀବିକା ମିଶନ ଇସି(ଏକ୍‌ଜିକ୍ୟୁଟିଭ କମିଟି) ସଂଘ ପୁନର୍ଗଠନ ନିଷ୍ପତ୍ତି ନେବା ପରେ ଆନ୍ଦୋଳନ ତେଜି ଉଠିଛି। ଏ ନେଇ ବୁଧବାର ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ, ବରଗଡ଼ ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯାଉଥିଲା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ ସଂଘ ପକ୍ଷରୁ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ରରେ ଜୀବିକା ମିଶନ ଇସି ସଂଘ ପୁନର୍ଗଠନ ନିଷ୍ପତ୍ତି ପ୍ରତ୍ୟାହାର ସମେତ ୧୧ଦଫା ଦାବି କରାଯାଇଛି। ଦାବି ପୂରଣ ନ ହେଲେ ଆସନ୍ତା ଫେବୃୟାରୀ ୧୩ରୁ ବିଧାନସଭା ସମ୍ମୁଖରେ ଅନିର୍ଦ୍ଦିଷ୍ଟ କାଳ ଯାଏ ଧାରଣା ଦେବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
ଦାବିପତ୍ରରେ ଉଲ୍ଲେଖ ରହିଛି, ମିଶନ ଶକ୍ତି ଏବଂ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ସମସ୍ତ ଇସିକୁ ପୁନର୍ଗଠନ(ରିଷ୍ଟ୍ରକଚରିଂ) ଆଳରେ ବାହାର କରିବା ପାଇଁ ମସୁଧା ଚାଲିଛି। ଗତ ୮ତାରିଖ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶକ ତଥା ସିଇଓ ନିର୍ଦ୍ଦେଶ ଦେବା ପରେ ଗତ ୨୨ତାରିଖରେ ମିଶନ ଶକ୍ତି ସଚିବ ତଥା କମିଶନର ରାଜ୍ୟର ସମସ୍ତ ଇସିକୁ ହଟାଇବା ପାଇଁ ଗାଇଡ୍‌ଲାଇନ କରାଯିବା ସହ ଏଥିପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ପ୍ରତିବାଦରେ ବହୁ ହଜାର ସଂଖ୍ୟାରେ ଜିଲାର ସମସ୍ତ ଇସି ସଦସ୍ୟା ଏକ ବିକ୍ଷୋଭ ଶୋଭାଯାତ୍ରାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଜିଲାପାଳଙ୍କ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ବନ୍ଦକରି ଦିଆଯାଇଥିଲା।
ଫଳରେ ଇସି ସଦସ୍ୟାମାନେ ଜିଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ, ନାରାବାଜି ସହିତ ପ୍ରତିବାଦ ସଭା କରିଥିଲେ। ଇସି ପୁନର୍ଗଠନ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି, ଭତ୍ତା ବୃଦ୍ଧି, ସେପ୍ଟେମ୍ବରରୁ ବକେୟା ରହିଥିବା ଭତ୍ତା ପ୍ରଦାନ, କମ୍ୟୁନିଟି ଷ୍ଟାଫ୍‌ଙ୍କ ଭତ୍ତା ପ୍ରଦାନ, ନିର୍ବାଚନ ପୂର୍ବରୁ ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ସଦସ୍ୟାଙ୍କୁ ମାସିକ ୧ହଜାର ଟଙ୍କାର ସଶକ୍ତୀକରଣ ଭତ୍ତା ପ୍ରଦାନ, ଭାରତୀୟ ଶ୍ରମ ସମ୍ମିଳନୀର ସୁପାରିସ ଅନୁସାରେ ସମସ୍ତ ଇସି, ସପୋର୍ଟ ଷ୍ଟାଫ୍‌ ଭଳି ୱାର୍କରଙ୍କୁ ୱାର୍କର ମାନ୍ୟତା ସହିତ ଇପିଏଫ୍‌, ଇଏସ୍‌ଆଇ ଏବଂ ବିଭିନ୍ନ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।
ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘର ଜିଲା ସଭାନେତ୍ରୀ ଝରଣା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସଂଘର ସଭାପତି ଜୟନ୍ତ ଦାସ, ମହିଳା ସଭାନେତ୍ରୀ ସତ୍ୟଭାମା ରଥ, କୃଷକ ନେତା ରମେଶ ମହାପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ଇସି ପୁନର୍ଗଠନ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ଏହା ସହ ସରକାରଙ୍କ ସେହି ନିଷ୍ପତ୍ତି ପ୍ରତିବାଦରେ ଆସନ୍ତା ଫେବୃୟାରୀ ୧୩ରୁ ଆରମ୍ଭ ହେବାକୁ ଥିବା ବଜେଟ ଅଧିବେଶନ ସମୟରେ ଧାରଣାରେ ପ୍ରତ୍ୟେକ ଇସି ସଦସ୍ୟା ସାମିଲହେବାକୁ ସେମାନେ ଆହ୍ବାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲାର ପ୍ରତ୍ୟେକ ବ୍ଲକ୍‌ର ଇସି ସଂଘର ସଭାନେତ୍ରୀଙ୍କ ନେତୃତ୍ୱରେ ଇସି ସଦସ୍ୟାମାନେ ସାମିଲଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ଶୋଭାଯାତ୍ରାରେ ତୁମୁଳକାଣ୍ଡ: ଶୋଭାଯାତ୍ରା ଗାଡି ଚାଳକଙ୍କ ଭୁଜାଲି ମାଡରେ , ଯୁବକ ଗୁରୁତର

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶ୍ରଦ୍ଧାପୁର ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ବିବାହ ଶୋଭାଯାତ୍ରା ଚାଲିଥିବା ବେଳେ କୌଣସି କଥାକୁ...

ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନାହାର -ଚେନ

ହିଞ୍ଜିଳିକାଟୁ, ୧୮।୨(ଦ୍ବିତୀକୃଷ୍ଣ ପଣ୍ଡା) : ଗତ କିଛି ମାସର ବ୍ୟବଧାନ ପରେ ହିଞ୍ଜିଳି ଥାନା ଇଲାକାରେ ପୁଣିଥରେ ଲୁଟେରା ଗ୍ୟାଙ୍ଗଙ୍କ ପାର୍ଦୁଭାବ ଦେଖିବାକୁ ମିଳିଛି। ଜୈନିକ...

ଲାଞ୍ଜିଗଡ଼ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

ଲାଞ୍ଜିଗଡ଼,୧୮/୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ନିପୁଣ ଓଡିଶା ମେଳା କାର୍ଯ୍ୟକ୍ରମ...

ମଣ୍ଡିରେ ଧାନପଡ଼ି ସରୁଛି ଟୋକନ ଅବଧି:ଧାନ କିଣାବିକାରେ ଚାଲିଛି ଫଲ୍ସଏଣ୍ଟ୍ରି

ବରଗଡ଼,୧୮।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଉ ୨ଦିନ ପରେ ୩ମାସ ପୂରିବ। କିନ୍ତୁ ଏବେ ମଧ୍ୟ ଜିଲାର ବିଭିନ୍ନ ସ୍ଥାନରେ...

୪୦ଟି ଶିକ୍ଷଣ ସାମଗ୍ରୀ ପ୍ରଦର୍ଶିତ: ୧୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଅଂଶଗ୍ରହଣ

ଦିଗପହଣ୍ଡି,୧୮ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି କ୍ଲଷ୍ଟର ଅନ୍ତର୍ଗତ ମଧୁ ବିଦ୍ୟାପୀଠରେ ସିଆରସିସି ଅନିଲ କୁମାର ଦାସଙ୍କ ସଂଯୋଜନାରେ ୨ ଦିନ ଚାଲିଥିବା ବିଷୟ ଭିତ୍ତିକ...

ଅବକାରୀ ଚଢଉ ୩ ଗିରଫ: ୩୦ଲିଟର ମଦ ଜବତ

ପାଟଣା,୧୮।୨(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଅବକାରୀ ଥାନା ପକ୍ଷରୁ କଣ୍ଟିଆପଡ଼ା ପଞ୍ଚାୟତ ଭଗପଶି ଓ ବଲାଣିପଶି ଗ୍ରାମ ଅଞ୍ଚଳରେ ମଙ୍ଗଳବାର ପାଟଣା ଅବକାରୀ...

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଦିଗପହଣ୍ଡି, ୧୮।୨ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡ଼ଙ୍ଗପୁର ସ୍ଥିତ ସାନଖେମୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସର ରେ ମଙ୍ଗଳବାର ବ୍ଲକସ୍ତରୀୟ ନିପୁଣ...

Alivridleଙ୍କ ଗଣ ଅଣ୍ଡାଦାନ ପର୍ବ ଆରମ୍ଭ: ୩ ଦିନରେ ୨ଲକ୍ଷରୁ ଅଧିକ ଅଣ୍ଡାଦାନ

ଛତ୍ରପୁର,୧୮।୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଣରେ Alivridleଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୋଡମପେଟା ଗ୍ରାମଠାରୁ ବଟେଶ୍ୱର ମନ୍ଦିର ନିକଟସ୍ଥ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image