ଶିକାରୀଙ୍କ ବିଦ୍ୟୁତ୍‌ ତାର ଲାଗି ଚାଲିଗଲା ଜୀବନ

ଖଲ୍ଲିକୋଟ,୮ା୪(ପ୍ରଶାନ୍ତ କୁମାର ମିଶ୍ର)- ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ ପଥୁରିନାଳ ନିକଟସ୍ଥ ବିଲରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ କୈରାଶି ଗ୍ରାମର ସୀମାଞ୍ଚଳ ସ୍ବାଇଁ।

ସୀମାଞ୍ଚଳ ବିଲକୁ ଯାଇଥିବା ବେଳେ ପଥରିନାଳ ନିକଟସ୍ଥ ବିଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଖଲ୍ଲିକୋଟ ଥାନା ପୋଲିସ ସୋମବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଖଲ୍ଲିକୋଟ ମେଡ଼ିକାଲକୁ ପଠାଇଥିଲା। ସେଠାରୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା। ଏନେଇ ପୋଲିସ ଏକ ମାମଲା(ନଂ.୨୯୫/୨୪) ରୁଜୁ କରି ଜମି ମାଲିକଙ୍କୁ ଅଟକ ରଖିଥିଲା। ପଚରାଉଚରା ପରେ ତାଙ୍କୁ ଗିରଫ କରିଛି। ଶିକାରୀଙ୍କ ବିଦ୍ୟୁତ ତାରରେ ଲାଗି ଏଭଳି ଅନେକ ଜୀବନ ଯାଉଥିବାରୁ ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share