ବିଦ୍ୟୁତ୍‌ ତାର ଲାଗି ହରିଣ, କୁଟୁରାର ଚାଲିଗଲା ଜୀବନ

ଗଞ୍ଜାମ,୩ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଫରେଷ୍ଟ ଅଧୀନ ଲାଉପୁଟ ଗ୍ରାମ ସ୍ଥିତ ଏକ ନିର୍ଜନ ସ୍ଥାନରେ ବିଦ୍ୟୁତ୍‌ ତାର ଲାଗି ଏକ ହରିଣ ଏବଂ କୁଟୁରାର ମୃତ୍ୟୁ ଘଟିଛି। କେତେକ ଦୁର୍ବୃତ୍ତ ଏହି ବିଦ୍ୟୁତ୍‌ ତାର ବିଛେଇ ଥିବା ଜଣାପଡିଛି।

ଖବର ପାଇଁ ବନବିଭାଗ ପକ୍ଷରୁ ତନାଘନା ଆରମ୍ଭ କରିବା ସହ ଉଭୟ ପଶୁଙ୍କ ମୃତଦେହ ଜବତ କରିଛି। ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଯୋଗ୍ୟ, ଅତ୍ୟଧିକ ଗରମ ଓ ଗୁଳୁଗୁଳି ଯୋଗୁ ସାଧାରଣତଃ ବିଭିନ୍ନ ପଶୁ ପକ୍ଷୀ ଜଙ୍ଗଲରୁ ଜନବସତି ଆଡକୁ ଚାଲି ଆସୁଛନ୍ତି। ଫଳରେ କେତେବେଳେ ଗାଡି ମୋଟର ଧକ୍କାରେ ପ୍ରାଣ ହାନି ଘଟୁଥିବା ବେଳେ ଶିକାରୀର ଜାଲରେ ଶିକାର ହେଉଛନ୍ତି ।