Advertisement

ମାଡ଼ିଗଲା ଟ୍ରାକ୍ଟର: ଚାଲିଗଲା ଜେଜେ, ନାତିଙ୍କ ଜୀବନ

କୁଆଁରମୁଣ୍ଡା,୧୯।୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅଧୀନ ଟାଙ୍ଗରାଣୀ ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ଦୁର୍ଘଟଣା ଘଟିଛି। ଜେଜେ ଏବଂ ନାତି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ବେଳେ ଏକ ଟ୍ରାକ୍ଟର(ନଂ.ଓଆର୍‌ ୧୪ ଆର୍‌ ୪୮୪୫) ହଠାତ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ସାନିକା ବାରା (୬୬) ଓ ମନୀଷ ବାରା(୧୧)। ଖବର ପ୍ରଚାରିତ ହୋଇଯିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଫଳରେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲା। ହେଲେ ବିଳମ୍ବିତ ରାତି ପର୍ଯ୍ୟନ୍ତ ରାସ୍ତାରୋକୋ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share