ଖବରକାଗଜ ବିକ୍ରି ବଞ୍ଚିବା ରାହା ଦେଇଛି

ବ୍ରହ୍ମପୁର,୧୨ା୧୦(ଅଶୋକ କୁମାର ସାହୁ)ବ୍ରହ୍ମପୁର ରେଲୱେ ଷ୍ଟେଶନ ନିକଟରେ ଖବର କାଗଜ ବିକ୍ରୟ କେନ୍ଦ୍ର ଥିଲା। କୌଣସି କାରଣରୁ ଏବେ ଗୀତା ଭବନ ନିକଟକୁ ଘୁଞ୍ଚତ୍ ଯାଇଛି। ସହରର ଖବରକାଗଜ ବିତରକମାନେ ଆସି ସେଠାରୁ ଖବରକାଗଜ ନେଇ ଘର ଘର ବୁଲି ବାଣ୍ଟନ୍ତି। ବୁଧବାର ଆମେ ଭେଟିଥିଲୁ ଆର.ଲିଙ୍ଗରାଜ ଆଚାରୀ ନାମକ ଜଣେ ବୟୋଜ୍ୟୋଷ୍ଠ ବିତରକଙ୍କୁ। ସେ ୨୫ବର୍ଷ ହେଲା ଖବରକାଗଜ ବିକ୍ରି କରଛନ୍ତି। ଗିରିଜା ଛକରେ ଲଟେରି ଦୋକାନ ଥିଲାବେଳେ ବସଷ୍ଟାଣ୍ଡରୁ ଖବରକାଗଜ ନେଇ ବିକ୍ରି କରୁଥିଲେ। ଏବେ ଘର ଘର ବୁଲି ଖବରକାଗଜ ବାଣ୍ଟୁଛନ୍ତି। ପ୍ରଥମେ ୨୫ କାଗଜରୁ ସେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଏବେ ୨୫୦ରେ ପହଞ୍ଚତ୍ଛି। ଖବରକାଗଜର ଭବିଷ୍ୟତ ସମ୍ପର୍କରେ ପଚାରିବାରୁ ସେ କହିଥିଲେ, ବର୍ତ୍ତମାନ ଡିଜିଟାଲ ଯୁଗ। ଇ-ପେପର ଓ ପୋର୍ଟାଲରେ ନ୍ୟୁଜ୍‌ ଆସୁଥିବାରୁ ଲୋକେ ମୋବାଇଲ ଫୋନ୍‌ରେ ପଢ଼ୁଛନ୍ତି। ବରିଷ୍ଠ ନାଗରିକମାନେ ଖବରକାଗଜ ପଢ଼ିବାକୁ ଅଧିକ ପସନ୍ଦ କରୁଛନ୍ତି। ମୋବାଇଲ ଫୋନ୍‌ କେବେ ବି ଖବରକାଗଜର ସ୍ଥାନ ନେଇ ପାରିବନି। ଖବରକାଗଜ ବିକ୍ରି ବଞ୍ଚତ୍ବାର ରାହା ଯୋଗାଇଛି ବୋଲି ଲିଙ୍ଗରାଜ କହିଛନ୍ତି।