Categories: ଖେଳ

ହୃଦୟକୁ ଛୁଇଁଲା ଲିଭିଙ୍ଗଷ୍ଟୋନଙ୍କ ପୋଷ୍ଟ

ନୂଆଦିଲ୍ଲୀ,୧୪।୫: ଆସନ୍ତା ମାସର ଟି -୨୦ ବିଶ୍ୱକପ ପୂର୍ବରୁ ଆଣ୍ଠୁରେ ଆଘାତ ଯୋଗୁ ପଞ୍ଜାବ କିଙ୍ଗସର ଅଲରାଉଣ୍ଡର ଲିଆମ ଲିଭିଙ୍ଗଷ୍ଟୋନ ସୋମବାର ଇଂଲଣ୍ଡ ଫେରିଛନ୍ତି। ଲିଭିଙ୍ଗଷ୍ଟୋନଙ୍କ ବ୍ୟତୀତ ଜୋସ ବଟଲର୍‌ (ରାଜସ୍ଥାନ ରୟାଲ୍ସ), ୱିଲ ଜ୍ୟାକ ଏବଂ ରିସ ଟୋପଲି (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର) ମଧ୍ୟ ମେ ୨୨ ରୁ ପାକିସ୍ତାନ ବିପକ୍ଷ ଟି -୨୦ ସିରିଜ ପୂର୍ବରୁ ଇଂଲଣ୍ଡ ଦଳରେ ଯୋଗଦେବା ପାଇଁ ଆଇପିଏଲ ଛାଡିଛନ୍ତି।

ପଞ୍ଜାବ କିଙ୍ଗ୍ସ ଟିମ ୧୨ଟି ମ୍ୟାଚରେ ମାତ୍ର ଚାରିଟି ବିଜୟ ସହ ଆଇପିଏଲ ପ୍ଲେ ଅଫ ଦୌଡ଼ରୁ ବାହାରେ ଅଛି। ଲିଭିଙ୍ଗଷ୍ଟୋନ ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ଆଇପିଏଲର ଆଉ ଏକ ବର୍ଷ, ଆଗାମୀ ବିଶ୍ୱକପ ପାଇଁ ମୋ ଆଣ୍ଠୁକୁ ଠିକ କରିବାକୁ ପଡିବ। ପଞ୍ଜାବ କିଙ୍ଗ୍ସର ପ୍ରଶଂସକମାନଙ୍କୁ ସେମାନଙ୍କର ଭଲପାଇବା ଏବଂ ସମର୍ଥନ ପାଇଁ ପୁଣି ଥରେ ଧନ୍ୟବାଦ ଜଣାଉଛି।
ପାକିସ୍ତାନ ବିପକ୍ଷ ସିରିଜ ପରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଦଳ ଆଇସିସି ଟି -୨୦ ବିଶ୍ୱକପ ପାଇଁ ୱେଷ୍ଟଇଣ୍ଡିଜ ଅଭିମୁଖେ ଯାତ୍ରା କରିବ, ଯେଉଁଠାରେ ବାରବାଡୋସର ବ୍ରିଜଟାଉନରେ ଜୁନ ୪ ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ଅଭିଯାନ ଆରମ୍ଭ କରିବ। ଆଇପିଏଲରେ ଖେଳୁଥିବା ଇଂଲଣ୍ଡ ବିଶ୍ୱକପ ଦଳର ଅଂଶବିଶେଷ ଥିବା ମୋଏନ ଅଲି (ଚେନ୍ନାଇ ସୁପର କିଙ୍ଗସ), ସାମ କୁରାନ, ଜୋନି ବେୟାରଷ୍ଟୋ (ଉଭୟ ପଞ୍ଜାବ କିଙ୍ଗସ) ଏବଂ ଫିଲ ସଲ୍ଟ (କୋଲକାତା ନାଇଟ ରାଇଡର୍ସ) ଖୁବ ଶୀଘ୍ର ଘରକୁ ଫେରିବେ।

Share