ନୂଆ ସର୍ଭେରେ ବ୍ରିଟେନ ପ୍ରଧାନମନ୍ତ୍ରୀ ରେସରେ ଋଷିଙ୍କ ଆଗରେ ଲିଜ

ଲଣ୍ଡନ,୨୩ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ଉତ୍ତରାଧିକାରୀକୁ ନେଇ ଚାଲିଥିବା ରେସରେ ଭାରତୀୟ ବଂଶୋଦଭବ ଋଷି ସୁନକ ସବୁଠାରୁ ଆଗରେ ରହିଛନ୍ତି । ହେଲେ ଏବେ ଏକ ସର୍ବେକ୍ଷଣ କହିଛି ଋଷି ସୁନକଙ୍କ ସ୍ୱପ୍ନ ମିଳାଇ ଯାଇପାରେ । କାରଣ ଏହି ସର୍ଭେ ପରେ ଜଣାପଡିଛି କି ବୈଦେଶିକ ମନ୍ତ୍ରୀ ଲିଜ ଟ୍ରସ ବ୍ରିଟେନର ପରବର୍ତ୍ତି ପ୍ରଧାନମନ୍ତ୍ରୀ ଦୌଡରେ ଋଷି ସୁନକଙ୍କଠାରୁ ୨୮ ଭୋଟରେ ଆଗେଇ ଯାଇ ପାରନ୍ତି ।
ଡାଟା ବିଶ୍ଳେଷଣ କମ୍ପାନୀ ‘ୟୁଗୋଭ’ ତାଜା ସର୍ବେକ୍ଷଣରେ ଏହି ସୂଚନା ଦେଇଛି । କଞ୍ଜରଭେଟିଭ ପାର୍ଟିର ସଦସ୍ୟ ପ୍ରଧାନମନ୍ତ୍ରୀ ରେସରେ ସୁନକ ଓ ଟ୍ରସ ଉଭୟଙ୍କ ପାର୍ଟିର ନେତୃତ୍ୱକୁ ନେଇ ପ୍ରତିସ୍ପର୍ଦ୍ଧାର ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ଭୋଟ କରିଥିଲା । ଏହି ସର୍ଭେ ଅନୁଯାୟୀ ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରେ ବସିବା ଏତେ ସହଜ କଥା ନୁହେଁ । ସର୍ଭେର ସଂଖ୍ୟା କହୁଛି ଟ୍ରେସ ସୁନକଙ୍କ ଉପରେ ଭାରି ପଡିପାରନ୍ତି ।

Share