ଭାରତ ସହ ଭଲ ସମ୍ପର୍କ ରଖିବାକୁ ଚାହାନ୍ତି ଲିଜ ଟ୍ରସ୍

ଲଣ୍ଡନ,୬ ।୯: ବ୍ରିଟେନର ନବ ନିର୍ବାଚିତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍ ଭାରତ ସହ ମଧୁର ଓ ଗଭିର ରାଜନୈତିକ ଓ ଆର୍ଥିକ ସମ୍ପର୍କ ସପକ୍ଷରେ ଅଛନ୍ତି । କଂଜରଭେଟିଭ ପାର୍ଟିର ୪୭ ବର୍ଷୀୟା ନବ ନିର୍ବାଚିତ ନେତା ଟ୍ରସ୍ ପୂର୍ବରୁ ଭାରତ ଆସିଛନ୍ତି ଓ ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋୟଲଙ୍କ ସହ ଡିଜିଟାଲ ବାର୍ତ୍ତାରେ ଭାଗ ନେଇ ସାରିଛନ୍ତି । ସେତେବେଳେ ଭାରତ ଯାତ୍ରାକୁ ସେ ବଡ ଅବସର ବୋଲି କହିଥିଲେ ।
ଗତ ବର୍ଷ ମେ’ରେ ଅନ୍ତରାଷ୍ଟ୍ରୀୟ ବ୍ୟାପାର ମନ୍ତ୍ରୀ ରହିବା ସମୟରେ ଟ୍ରସ୍ ବୋରିସ ଜନସନ ସରକାରଙ୍କ ପାଇଁ ବୃହତ ବ୍ୟାପାର ଚୁକ୍ତି ଉପରେ ହସ୍ତାକ୍ଷର କରିଥିଲେ । ଇଟିପି ମୁକ୍ତ ବ୍ୟାପାର ଚୁକ୍ତି କଥାବାର୍ତ୍ତା ପାଇଁ ଆରମ୍ଭର ଆଧାର । ଇଟିପିରେ ଦସ୍ତଖତ କରିବା ପରେ ଟ୍ରସ୍ କହିଥିଲେ, ମୁଁ ବିକାଶଶୀଳ ବାଣିଜ୍ୟ ଦୃଶ୍ୟରେ ବ୍ରିଟେନ ଓ ଭାରତକୁ ସର୍ବୋତ୍ତମ ସ୍ଥିତିରେ ଦେଖୁଛି ।

Share