ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ୨୨ ପଏଣ୍ଟ ଆଗରେ ଲିଜ୍‌ ଟ୍ରସ୍‌

ଲଣ୍ଡନ,୧୫।୮: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦ ପାଇଁ କଞ୍ଜରଭେଟିଭ୍‌ ପାର୍ଟି ନେତୃତ୍ୱ ପ୍ରତିଯୋଗିତାରେ ବହିର୍ବ୍ୟାପାର ମନ୍ତ୍ରୀ ଲିଜ୍‌ ଟ୍ରସ୍‌ ପୂର୍ବତନ ଅର୍ଥମନ୍ତ୍ରୀ ଋଷି ସୁନକଙ୍କଠାରୁ ୨୨ ପଏଣ୍ଟ ଆଗରେ ରହିଥିବା ଏକ ସର୍ଭେରୁ ଜଣାପଡ଼ିଛି। ଦି ଅବ୍‌ଜରଭର ନ୍ୟୁଜ୍‌ପେପର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଅନୁଯାୟୀ ମୋଟ ୫୭୦ କଞ୍ଜରଭେଟିଭ୍‌ ସଦସ୍ୟଙ୍କ ମଧ୍ୟରୁ ଟ୍ରସ୍‌ଙ୍କ ସପକ୍ଷରେ ୬୧ ପ୍ରତିଶତ ଭୋଟ ରହିଥିବା ବେଳେ ସୁନକଙ୍କ ସପକ୍ଷରେ ୩୯ ପ୍ରତିଶତ ସମର୍ଥନ ରହିଛି। ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନଙ୍କ ଉତ୍ତରାଧିକାରୀ ନିର୍ବାଚନ ଲାଗି ସେପ୍ଟେମ୍ବର ୨ରେ ଭୋଟ ହେବାକୁ ଥିବାବେଳେ ସୁନକ ଏହି ବ୍ୟବଧାନକୁ ସାମାନ୍ୟ କମାଇପାରନ୍ତି ବୋଲି କୁହାଯାଉଛି।

Share