୬୩୦ ଭୋଟରେ ହାରିଲେ ଲିଜ୍‌ ଟ୍ରସ୍‌

ବ୍ରିଟେନ୍‌ରେ ସବୁଠୁ କମ୍‌ ସମୟ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବା କଞ୍ଜରଭେଟିଭ୍‌ ପାର୍ଟିର ଲିଜ୍‌ ଟ୍ରସ୍‌ ୬୩୦ ଭୋଟ ବ୍ୟବଧାନରେ ନିର୍ବାଚନ ହାରିଯାଇଛନ୍ତି। ପୂର୍ବ ଲଣ୍ଡନ୍‌ର ନୋର୍‌ଫୋକ୍‌ ସାଉଥ୍‌ ଓ୍ବେଷ୍ଟ ସଂସଦୀୟ ଆସନରେ ଲେବର ପ୍ରାର୍ଥୀ ଟେରି ଜର୍ମି ୨୬,୦୦୦ରୁ ଊର୍ଦ୍ଧ୍ୱ ଭୋଟ ପାଇ ବିଜୟୀ ହୋଇଛନ୍ତି। ୨୦୨୦ରୁ ଏହି ଆସନରୁ ହାଉସ୍‌ ଅଫ୍‌ କମନ୍ସରେ ପ୍ରତିନିଧିତ୍ୱ କରୁଥିବା ଟ୍ରସ୍‌ ନିଜ ପରାଜୟ ପରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି। ୨୦୨୨ରେ ବୋରିସ୍‌ ଜନ୍‌ସନ୍‌ ପାର୍ଟିଗେଟ୍‌ ମାମଲାରେ ବିବାଦୀୟ ହୋଇ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେପ୍ଟେମ୍ବର ୬ରୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ଟ୍ରସ୍‌ ପ୍ରଧାନମନ୍ତ୍ରୀ ଥିଲେ।

Share