ଲିଜିଆ ୟୁଏନ୍‌ଇପି ମୁଖ୍ୟ

ଜାତିସଂଘ, ୨୭।୨: ଭାରତୀୟ ଅର୍ଥନୀତିଜ୍ଞ ଲିଜିଆ ନୋରୋନ୍‌ହାଙ୍କୁ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି)ସହକାରୀ ମହାସଚିବ ଏବଂ ନ୍ୟୁୟର୍କ କାର୍ଯ୍ୟାଳୟର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବରୁ ଏହି ପଦବୀରେ ଥିବା ଭାରତୀୟ ତଥା ବିକାଶ ଅର୍ଥଶାସ୍ତ୍ରୀ ସତ୍ୟ ତ୍ରିପାଠୀଙ୍କ ସ୍ଥାନରେ ଲିଜିଆ ଦାୟିତ୍ୱ ଗ୍ରହଣ କରିବେ। ସ୍ଥାୟୀ ବିକାଶ କ୍ଷେତ୍ରରେ ଲିଜିଆଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଅଭିଜ୍ଞତା ରହିଛି। ସେ ୨୦୧୪ରୁ ୟୁଏନ୍‌ଇପିର ନାଇରୋବିସ୍ଥିତ ଆଥିର୍ତ୍କ ବିଭାଗର ନିର୍ଦ୍ଦେଶକ ଥିଲେ। ୟୁଏନ୍‌ଇପିରେ ଯୋଗଦେବା ପୂର୍ବରୁ ସେ ନୂଆଦିଲ୍ଲୀସ୍ଥିତ ଦି ଏନର୍ଜି ଆଣ୍ଡ ରିସୋର୍ସେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଓ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

Share