Categories: ଜାତୀୟ

ଚିରାଗଙ୍କ ପ୍ରତିଶ୍ରୁତି: ଶାସନ କ୍ଷମତା ମିଳିଲେ ତିଆରି କରିବେ ରାମ ମନ୍ଦିରଠାରୁ ବଡ଼ ସୀତା ମନ୍ଦିର

ପାଟନା,୨୫ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଯୋଧ୍ୟାରେ ନିର୍ବାଣ କରାଯାଉଥିବା ରାମ ମନ୍ଦିରଠାରୁ ବଡ ସୀତାମଢିରେ ସୀତା ମନ୍ଦିର ନିର୍ମାଣ କରାଯିବ । ଏହାସହ ରାମନ୍ଦିର ସହ ସୀତା ମନ୍ଦିରକୁ ଯୋଡିବା ପାଇଁ ଏକ କରିଡର ମଧ୍ୟ ନିର୍ମାଣ କରାଯିବ । ସୂଚନାଯୋଗ୍ୟ, ନିର୍ବାଚନ ପ୍ରଚାର ପାଇଁ ରବିବାର ଚିରାଗ ପାଶୱାନ ସୀତାମଢିରେ ରହିଛନ୍ତି । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ସମୟରେ ଏହା କହିଛନ୍ତି । ତାଙ୍କ ମତରେ ରାମଙ୍କ ବିନା ସୀତା ଅସମ୍ପୂର୍ଣ୍ଣ ଓ ସୀତାଙ୍କ ବନା ରାମ ଅସମ୍ପୂର୍ଣ୍ଣ ତେଣୁ ସେ ସୀତାମଢିରେ ଏକ ସୀତା ମନ୍ଦିର ନିର୍ମାଣ କରିବା ସହ ଏହାକୁ ଯୋଡିବାର ବ୍ୟବସ୍ଥା ମଧ୍ୟ କରିବେ । ଏହାସହ ସେଠାରେ ସେ ବିହାର ଫାଷ୍ଟ ଓ ବିହାରି ଫାଷ୍ଟ ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କରିଛନ୍ତି । ଯେଉଁଥିରେ ବିହାରର ଅନେକ ସମସ୍ୟାର ସମାଧାନ ରହିଛି । ଭାଜପାଠାରୁ ଅଲଗା ହେବା ପରେ ଏବେ ଚିରାଗ ନିଜେ ଭୋଟରଙ୍କୁ ଆକର୍ଷିତ କରି ଶାସନ କ୍ଷମତା ହାସଲ କରିବାକୁ ଲାଗି ପଡିଛନ୍ତି ।

Share