Categories: ଜାତୀୟ

ଭାଜପାକୁ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏଲ୍‌ଜେପି ଲଢ଼ିଥିଲା ନିର୍ବାଚନ: ଚିରାଗ

ପାଟନା,୧୧।୧୧: ବିହାର ବିଧାନସଭା ନିର୍ବାଚନରେ ଭାଜପାକୁ ସୁଦୃଢ଼ କରାଇବା ଲକ୍ଷ୍ୟ ନେଇ ଏଲ୍‌ଜେପି ନିର୍ବାଚନ ଲଢ଼ିଥିଲା ବୋଲି ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବୁଧବାର ଏକ ଗଣମାଧ୍ୟମ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁକୁ ଦୁର୍ବଳ କରିବା ପାଇଁ ଆମେ ରଣନୀତି ପ୍ରସ୍ତୁତ କରିଥିଲୁ। ଏଥିରେ ଆମେ ସଫଳ ହୋଇଛୁ ବୋଲି ଚିରାଗ କହିଛନ୍ତି। ରାଜ୍ୟରେ ନୀତିଶଙ୍କ ଦଳ ଭଲ ପ୍ରଦର୍ଶନ କରିପାରି ନାହିଁ। ଏଲ୍‌ଜେପି ବିଧାନସଭା ନିର୍ବାଚନରେ ଗୋଟିଏ ଆସନ ପାଇଥିଲେ ବି ଆମର କୌଣସି କ୍ଷତି ହୋଇ ନାହିଁ। ୨୦୨୫ରେ ପୁଣି ଭାଗ୍ୟ ପରୀକ୍ଷା ହେବ ବୋଲି ସେ କହିଛନ୍ତି। ଚିରାଗଙ୍କ ଏଭଳି ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

Share