Categories: ଜାତୀୟ

ଏନଡିଏ ବୈଠକରେ ସାମିଲ ହେବେ ଚିରାଗ ପାଶଓ୍ବାନ

ନୂଆଦିଲ୍ଲୀ,୧୫।୭: ଚିରାଗ ପାଶଓ୍ବାନ ଏନଡିଏରେ ଯୋଗ ଦେବା ଖବର ଉପରେ ଏବେ ମୋହର ଲାଗିଛି। ଏହି ବୈଠକରେ ସାମିଲ ହେବାକୁ ନେଇ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଚିରାଗ ପାଶଓ୍ବାନଙ୍କ ନିକଟକୁ ପତ୍ର ଲେଖିଛନ୍ତି।

ଏହାକୁ ସମାଚାର ଏଜେନ୍ସି ଏଏନଆଇ ଶେୟାର କରିଛି। ସୂଚନାଯୋଗ୍ୟ, ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ଜୁଲାଇ ୬ରେ କହିଥିଲା କି ଚିରାଗ ପାସଓ୍ବାନ ଏନଡିଏ ବୈଠକରେ ଯୋଗ ଦେଉଛନ୍ତି। ଏବେ ଏହି ଖବର ଉପରେ ମୋହର ଲାଗିଛି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏନଡିଏ ନିର୍ବାଚନକାରୀଙ୍କ ବୈଠକ ଜୁଲାଇ ୧୮ରେ ନୂଆଦିଲ୍ଲୀର ହୋଟେଲ ଅଶୋକରେ ଅନୁଷ୍ଠିତ ହେବ। ଜେପି ନଡା ଏହି ବୈଠକ ସମ୍ପର୍କରେ ନିମନ୍ତ୍ରଣ ପଠାଇଛନ୍ତି। ସେ ଚିରାଗ ପାସୱାନଙ୍କୁ ଲେଖିଥିବା ଏକ ପତ୍ରରେ ଲୋକଜନଶକ୍ତି ପାର୍ଟି (ରାମଭିଳାସ ପାସଓ୍ବାନ) କୁ ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ବୋଲି ବର୍ଣ୍ଣନା କରିଛନ୍ତି।
ଜେପି ନଡ୍ଡା ଚିଠିରେ ଲେଖିଛନ୍ତି, ଆପଣଙ୍କ ପାର୍ଟି ଲୋକଜନଶକ୍ତି ପାର୍ଟି (ରାମଭିଳାସ ପାସୱାନ) ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଦେଶର ବିକାଶକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାରଙ୍କ ସେବା, ଉତ୍ତମ ଶାସନ ଏବଂ ଗରିବ କଲ୍ୟାଣ ଯାତ୍ରାରେ ଆପଣ ମଧ୍ୟ ଏକ ପ୍ରମୁଖ ସହଯୋଗୀ ଅଟନ୍ତି।
ଚିଠିରେ ଆହୁରି କୁହାଯାଇଛି ଯେ, ଏନଡିଏ ବୈଠକ ୧୮ ଜୁଲାଇ ୨୦୨୩ ମଙ୍ଗଳବାର ଅପରାହ୍ନ ୫ଟାରେ ନୂଆଦିଲ୍ଲୀର ହୋଟେଲ ଅଶୋକ ଠାରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। ଏହି ସଭାରେ ଆପଣଙ୍କୁ ଆନ୍ତରିକତାର ସହିତ ନିମନ୍ତ୍ରଣ କରାଯାଇଛି।

Share