ପାଟନା,୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳ ଉଦ୍ୟମ କରୁଛି। ରବିବାର ଏକ ରାଲିରେ ପ୍ରଚାର ବେଳେ ଲୋକଜନଶକ୍ତି ପାର୍ଟି (ଏଲଜେପି) ସଭାପତି ତଥା ଏମ୍ପି ଚିରାଗ ପାଶୱାନ କହିଛନ୍ତି, କ୍ଷମତାକୁ ଆସିଲେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଜେଲ ପଠାଇବେ। ଯଦି ତାଙ୍କ ଦଳ ଶାସନକୁ ଆସେ ତେବେ ୭ଟି ଦୁର୍ନୀତିର ଯାଞ୍ଚ ହେବ। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ଅଧିକାରୀ ଜେଲ୍ ଯିବେ। ବିହାରରେ ମଦ ବନ୍ଦ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଥିପାଇଁ ନୀତିଶ ସରକାର ଦାୟୀ। ସେ ହିଁ ବେଆଇନ୍ ମଦ ପାଇଁ ଲାଞ୍ଚ ନେଉଥିବା ଚିରାଗ କହିଛନ୍ତି।