ରାଜନୀତିର ଚାଣକ୍ୟ ଆଡଭାନୀଙ୍କ ରହିଛି ହିନ୍ଦୀ ଫିଲ୍ମରେ ସଉକ, କରନ୍ତି ଫିଲ୍ମ ରିଭ୍ୟୁ

ନୂଆଦିଲ୍ଲୀ,୩।୨: ବରିଷ୍ଠ ଭାଜପା ନେତା ଲାଲ କୃଷ୍ଣ ଆଡଭାନୀ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ବିଷୟରେ କେବଳ ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଖୁବ୍‌ ଚର୍ଚ୍ଚା ହୁଏ। ସେ ଜଣେ ଦକ୍ଷ ରାଜନେତା ସହ ରାଜନୀତିରେ ଚାଣକ୍ୟ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲେ, ନିଜର ରାଜନୈତିକ ଚିନ୍ତାଧାରାରେ ହିନ୍ଦୁ ରାଷ୍ଟ୍ର ଅଭିଯାନ ପ୍ରଚାର କରିଥିଲେ। ତେବେ କେନ୍ଦ୍ର ସରକାର ଶନିବାର ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ଲାଲ କୃଷ୍ଣ ଆଡଭାନୀଙ୍କୁ ପ୍ରଦାନ ପାଇଁ ଘୋଷଣା କରିଛନ୍ତି। ଭାରତ ରତ୍ନ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାରା ଜୀବନ ସେବା ପାଇଁ ଉତ୍ସର୍ଗ କରିଥିବାରୁ ତାଙ୍କ ଏହି ସମ୍ମାନ ପ୍ରଦାନ କରାଯାଇଛି।

ଆପଣ ଆଡଭାନୀଙ୍କ ରାଜନୀତିର କେତେ ପାରଙ୍ଗମ ସେ ବିଷୟରେ ତ ନିଶ୍ଚେ ଜାଣିଥିବେ ହେଲେ ସେ ବଲିଉଡର ବଡ ପ୍ରଶଂସକ ଏହା ଖୁବ କମ ଲୋକ ଜାଣିଥିବେ। ଲାଲ କୃଷ୍ଣ ଆଡଭାନୀ ହିନ୍ଦୀ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରନ୍ତି। ସେ ହିନ୍ଦୀର ନୂଆ ହେଉ କି ପୁରୁଣା ଫିଲ୍ମ ବହୁତ ଆଗ୍ରହରେ ଦେଖନ୍ତି। ସେ ପ୍ରତି ସପ୍ତାହରେ ନୂଆ ହିନ୍ଦୀ ଫିଲ୍ମ ଦେଖିବା ସହ ସେହି ଫିଲ୍ମର ସମୀକ୍ଷା ମଧ୍ୟ କରିଥାନ୍ତି।

ଆଡଭାନୀ ସବୁବେଳେ ତାଙ୍କ ରୋକଠୋକ କଥା ନେଇ ଖବରର ଶିରୋନାମାରେ ଥିବାବେଳେ ତାଙ୍କର ସିନେମା ପ୍ରତି ପ୍ରେମ ଆଜିଯାଏଁ ଅନେକଙ୍କ ପାଖରେ ଲୁକ୍କାୟିତ ରହିଛି। କେବଳ ଫିଲ୍ମ ନୁହେଁ ଫିଲ୍ମଷ୍ଟାରଙ୍କ ସମ୍ପର୍କରେ ସେ ବହୁତ କଥା ଖୁଲମକଥା ଆଲୋଚନା କରିପାରନ୍ତି। ସେ ଯେକୌଣସି ଫିଲ୍ମର କାହାଣୀ, ଅଭିନେତାଙ୍କ ଅଭିନୟ, ସିନେମାଟୋଗ୍ରାଫି, ସ୍କ୍ରିପ୍ଟ-ସଂଳାପ ଇତ୍ୟାଦି ବିଷୟରେ ବିସ୍କୃତ ଭାବରେ ଆଲୋଚନା କରିପାରନ୍ତି।

ହିନ୍ଦୀ ଫିଲ୍ମ ପ୍ରତି ଆଡଭାନୀଙ୍କ ପ୍ରେମର ରହସ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିର ଅନେକ କଳାକାରଙ୍କୁ ଜଣାଅଛି। ଏହି କାରଣରୁ ଯେତେବେଳେ ଅଶୁତୋଷ ଗୋୱାରିକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଲଗନ’ ରିଲିଜ ହେବାକୁ ଯାଉଥିଲା, ସେତେବେଳେ ଫିଲ୍ମର ମୁଖ୍ୟ ଅଭିନେତା ତଥା ନିର୍ମାତା ଆମୀର ଖାନ ଫିଲ୍ମକୁ ଆଡଭାନୀଙ୍କୁ ଦେଖାଇବାକୁ ନିଷ୍ପତ୍ତି ନେଇଥିଲେ। ୨୦୦୨ ମଇରେ ଲଗନ ଫିଲ୍ମ ରିଲିଜ ହୋଇଥିଲା ଲଗନ ରିଲିଜ ହେବା ପୂର୍ବରୁ ଏହାର ପ୍ରିମିୟର ଶୋ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଲାଲ କୃଷ୍ଣ ଆଡଭାନୀ ସେତେବେଳେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀ ଥିଲେ। ଲଗନ ଫିଲ୍ମକୁ ନେଇ ଆମୀର ସେତେବେଳେ ବହୁତ ଉତ୍ସାହିତ ଥିଲେ।
ଆମୀରଙ୍କ ନିମନ୍ତ୍ରଣ ରକ୍ଷା କରି କ୍ୟାବିନେଟ ମନ୍ତ୍ରୀ ଫିଲ୍ମର ପ୍ରିମିୟରେ ଯୋଗ ଦେଇଥିଲେ। କ୍ୟାବିନେଟ ମନ୍ତ୍ରୀଙ୍କ ଫିଲ୍ମର ପ୍ରିମିୟର ଶୋ’ ରେ ଯୋଗଦେବା ଏହା ଆପେ ଏକ ବଡ଼ ଖବର ଥିଲା। ତେଣୁ ସେଠାରେ ସବୁ ଗଣମାଧ୍ୟମ ପହଞ୍ଚି ଯାଇଥିଲେ। ଫିଲ୍ମ ଦେଖିବା ବାହାରକୁ ଆସିବା ପରେ ଆଡଭାନୀଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ସାମ୍ବାଦିକ ସମ୍ମିଳନୀରେ ସେ ଲଗନ ବିଷୟରେ ଯାହା କହିଥିଲେ ତାହା ଫିଲ୍ମ ପାଇଁ ଏକ ମାଇଲଖୁଣ୍ଟ ସାଜିଥିଲା। ସେ କହିଥିଲେ, ‘ବହୁତ ସମୟ ପରେ ମୁଁ ଏକ ଫିଲ୍ମ ଦେଖିଲି ଯାହା ମୋତେ ବହୁତ ଭଲ ଲାଗିଲା’। ତାଙ୍କ ବିବୃତ୍ତରେ ସେ ଆମୀରଙ୍କୁ ମଧ୍ୟ ବହୁତ ପ୍ରଶଂସା କରିଥିଲେ। ସେ କହିଥିଲେ, ‘ଆମୀରଙ୍କର ସେ ଜଣେ ବଡ ପ୍ରଶଂସକ’। ଆଡଭାନୀଙ୍କ ଏହି ପ୍ରଶଂସା ଶୁଣିବା ପରେ ଆମୀର ବହୁତ ଖୁସି ହୋଇଯାଇଥିଲେ।

ଏହା ମାତ୍ର କିଛି ମାସ ପରେ ଅକ୍ଟୋବରରେ ଶାହାରୁଖ ଖାନଙ୍କ ଡ୍ରିମ ପ୍ରୋଜେକ୍ଟ ଅଶୋକା ରିଲିଜ ହୋଇଥିଲା। ଜଣେ ମହାନ ହିନ୍ଦୁ ସମ୍ରାଟଙ୍କ ଜୀବନୀ ଏବଂ ତାଙ୍କର ସାହସିକତାର କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ କିଙ୍ଗ ଖାନ୍‌ ଅଭିନୟ କରିଥିଲେ। ତେବେ ଆମୀରଙ୍କ ପରି କିଙ୍ଗ ଖାନ୍‌ ମଧ୍ୟ ଫିଲ୍ମର ପ୍ରିମିୟର ଶୋ’ରେ ଆଡଭାନୀଙ୍କୁ ନିମନ୍ତ୍ରଣ କରିଥିଲେ। ଫିଲ୍ମ ଦେଖିବା ପାଇଁ ଆଡଭାନୀ ବହୁତ ଉତ୍ସାହର ସହିତ ସିନେମା ହଲରେ ପହଞ୍ଚି ଶେଷ ପର୍ଯ୍ୟନ୍ତ ପୁରା ଫିଲ୍ମ ଦେଖିଥିଲେ। ହେଲେ ସେ ଫିଲ୍ମକୁ ନେଇ ନିରବ ରହିଥିଲେ। ଗଣମାଧ୍ୟମରେ ବିଶେଷ ପ୍ରତିକ୍ରିୟା ଦେଇ ନ ଥିଲେ। ପରେ ଏହି ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ ହୋଇଯାଇଥିଲା।

ଲାଲ କୃଷ୍ଣ ଆଡଭାନୀ ଆରମ୍ଭରୁ ହିନ୍ଦୀ ଫିଲ୍ମ ଦେଖିବାକୁ ବହୁତ ଭଲ ପାଆନ୍ତି। ରାଜ କପୁର, ଦେବାନନ୍ଦ, ଦିଲୀପ କୁମାର, ଗୁରୁଦତ୍ତ, ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ, ମୀନା କୁମାରୀ, ନର୍ଗିସ, ହେମାମାଳିିନୀ, ଜୟା ବଚ୍ଚନଙ୍କ ସହ ନୂଆପିଢିର ଅଭିନେତା ଆମୀର, ସଲମାନ, ଶାହାରୁଖଙ୍କ ଫିଲ୍ମକୁ ସେ ବହୁ ଆଗ୍ରହରେ ଦେଖନ୍ତି। । ଫିଲ୍ମ ପ୍ରତି ତାଙ୍କର ଅହେତୁକ ଦୂର୍ବଳତା ହେତୁ ସେ ରାଷ୍ଟ୍ରିୟ ସ୍ବଂୟସେବକ ସଂଗଠନର ମୁଖପତ୍ରରେ ଫିଲ୍ମର ସମୀକ୍ଷା ଲେଖିବାର ସୁଯୋଗ ମିଳିଥିଲା। ବହୁବର୍ଷ ଧରି ଆଡଭାନୀ ଏହି ପତ୍ରିକାରେ ସାପ୍ତାହିକ ଭାବେ ଫିଲ୍ମର ସମୀକ୍ଷା କରୁଥିଲେ। ପରେ ସେ ସମୀକ୍ଷା ଲେଖିବା ବନ୍ଦ କରିଦେଇଥିଲେ ମଧ୍ୟ ଫିଲ୍ମ ଦେଖିବା ଜାରି ରଖିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ…

ଥିରୁଭାନନ୍ତପୁରମ୍‌,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର...

ମହାରାଷ୍ଟ୍ର ନିର୍ବାଚନ ପାଇଁ ଏନସିପି ଜାରି କଲା ପ୍ରାର୍ଥି ତାଲିକା, ବାରାମତିରୁ ଲଢିବେ ଅଜିତ ପାଓ୍ବାର

ମୁମ୍ବାଇ,୨୩।୧୦: ଅଜିତ ପାୱାରଙ୍କ ନେତୃତ୍ୱାଧୀନ ଏନସିପି ବୁଧବାର ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ୩୮ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି।...

ଜେଲରୁ ମୁକୁଳି ୨୧ ଥର ‘ଭାରତ ମାତା କୀ ଜୟ’ କହିଲେ ଯୁବକ: ଜାଣନ୍ତୁ କ’ଣ କରିଥିଲେ ଦୋଷ

ଭୋପାଳ, ୨୩।୧୦:ଭାରତରେ ରହି ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେଇଥିବା ଫୈଜଲ ନାମକ ଜଣେ ଯୁବକ ମଙ୍ଗଳବାର ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭୋପାଳର ମିସ୍‌ରୌଦ ଥାନାରେ...

ହାସିନାଙ୍କ ପାଇଁ ବାଂଲାଦେଶରେ ପୁଣି ବଢିଲା ଉତ୍ତେଜନା, ବିପଦରେ ରାଷ୍ଟ୍ରପତି ଆସନ!

ଢାକା,୨୩।୧୦: ଶେଖ ହାସିନା ବାଂଲାଦେଶ ଛାଡିଛନ୍ତି। ବର୍ତ୍ତମାନ ସେ ଭାରତରେ ଅଛନ୍ତି। କିନ୍ତୁ ତାଙ୍କ ପାଇଁ ବାଂଲାଦେଶରେ ପୁଣି ଥରେ ଉାତ୍ତଜନା ଦେଖାଦେଇଛି। ସେ ତାଙ୍କ...

ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ମୁମ୍ବାଇ,୨୩।୧୦: ବମ୍ବେ ହାଇକୋର୍ଟ ବୁଧବାର ଗ୍ୟାଙ୍ଗଷ୍ଟର ଛୋଟା ରାଜନଙ୍କୁ ଜାମିନ ପ୍ରଦାନ କରିଛନ୍ତି। ହୋଟେଲ ବ୍ୟବସାୟୀ ଜୟା ଶେଟ୍ଟି ମାମଲାରେ ସେ ଏହି ଜାମିନ ପାଇଛନ୍ତି।...

ମଦ ଉପରେ ୩୪ ବର୍ଷର ପୁରୁଣା ନିଷ୍ପତ୍ତି ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩।୧୦: ସୁପ୍ରିମକୋର୍ଟର ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଇଣ୍ଡଷ୍ଟ୍ରିୟାଲ୍‌ ଆଲକହଲ ଉପରେ କେନ୍ଦ୍ରର ଅଧିକାରକୁ ୮:୧ ଅନୁପାତରେ ରଦ୍ଦ କରିଦେଇଛି। ସୁପ୍ରିମକୋର୍ଟର ସାମ୍ବିଧାନିକ ଖଣ୍ଡପୀଠ ବୁଧବାର...

ନଭେମ୍ବର ୪ରେ ଆରମ୍ଭ ହେବ ଜମ୍ମୁ-କଶ୍ମୀର ବିଧାନସଭା ଅଧିବେଶନ, ଭାଜପାକୁ ମିଳିପାରେ ଉପ ବାଚସ୍ପତି ପଦ

ଶ୍ରୀନଗର,୨୩।୧୦: ଜମ୍ମୁ-କଶ୍ମୀର ବିଧାନସଭାର ପ୍ରଥମ ଅଧିବେଶନ ନଭେମ୍ବର ୪ରୁ ଆରମ୍ଭ ହେବ। ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ମଙ୍ଗଳବାର ଅଧିବେଶନ ନେଇ ଘୋଷଣା କରିଛନ୍ତି। ଲେଫ୍ଟନାଣ୍ଟ...

ସୁପ୍ରିୟା ସୁଲେଙ୍କ କଟାକ୍ଷ, ଦିଲ୍ଲୀ ଯିବାକୁ ପସନ୍ଦ କରନ୍ତିନି ଅଜିତ…

ମୁମ୍ବାଇ,୨୩।୧୦:ଆଗକୁ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଥିବାରୁ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଶାସକ ଦଳ ମହାୟୁତି ଏବଂ ବିରୋଧୀ ମହାବିକାଶ ଅଗାଡି ସିଟ୍‌ ବୁଝାମଣାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri