୬ ବର୍ଷ ବୟସରୁ ଗୀତ ଗାଇଥିଲେ ଏହି ପ୍ରସିଦ୍ଧ ଗାୟିକା, ଆଉ ଶୁଣିବାକୁ ମିଳୁନି କଣ୍ଠ ଶ୍ୱର

ଯଦି ଆପଣଙ୍କୁ ୯୦ ଦଶକର ଗୀତଗୁଡ଼ିକ ଭଲ ଲାଗେ କିମ୍ବା ଏସବୁର ପ୍ରଶଂସକ ଅଟନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ଗାୟକ ଅଲକା ୟାଗ୍‌ନିକ୍‌ଙ୍କ ଗୀତ ଶୁଣିଥିବେ। ଆଜି ତାଙ୍କ ଜନ୍ମଦିନ। ଅଲକା କୋଲକାତାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ତାଙ୍କ ମା’ ଶୁଭା ୟାଗ୍‌ନିକ୍‌ଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିଖିବା ଆରମ୍ଭ କରିଥିଲେ। ଘରେ ସଙ୍ଗୀତର ପରିବେଶ ଯୋଗୁ ସଙ୍ଗୀତ ପ୍ରତି ତାଙ୍କର ଆଗ୍ରହ ମଧ୍ୟ ବଢ଼ିଥିଲା। ସେ ମାତ୍ର ୬ ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ଅଲକା ଆକାଶବାଣୀ କୋଲକାତାରେ ଗୀତ ଗାଉଥିଲେ। ଅଲକା ୧୦ ବର୍ଷ ବୟସରେ ତାଙ୍କ ମା’ଙ୍କ ସହ ମୁମ୍ବାଇ ଯାଇ ଚଳଚ୍ଚିତ୍ର ନିର୍ମାତା ରାଜ କପୁରଙ୍କୁ ଭେଟିଥିଲେ। ରାଜ କପୁର ତାଙ୍କ ସ୍ବରକୁ ପସନ୍ଦ କରିଥିଲେ। ପରେ ତାଙ୍କୁ  ଲକ୍ଷ୍ମୀକାନ୍ତ-ପ୍ୟାରେଲାଲଙ୍କ ସହ ପରିଚିତ କରାଇଥିଲେ। ୧୪ ବର୍ଷ ବୟସରେ ଅଲକା ଫିଲ୍ମ ‘ପାୟଲ କି ଝଙ୍କାର୍‌’ର ଥିରକାତ ଅଙ୍ଗ.. ଗୀତ ଗାଇଥିଲେ। ଏହା ପରେ ସେ ୧୯୮୧ ମସିହାରେ ଫିଲ୍ମ ‘ଲାଓ୍ବାରିସରୁ’ ମେରେ ଅଙ୍ଗନେ ମେଁ’ ଗୀତ ଗାଇଥିଲେ। ଏହା ସତ୍ତ୍ୱେ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ପରେ ସେ ପ୍ଲେ ବ୍ୟାକ୍‌ ସିଙ୍ଗର ମାନ୍ୟତା ପାଇଥିଲେ। ସେ ପର୍ଯ୍ୟନ୍ତ ପ୍ରାୟ ୭୦୦ ଚଳଚ୍ଚିତ୍ରରେ ୨୦ ହଜାରରୁ ଅଧିକ ଗୀତ ଗାଇଛନ୍ତି। ଅଲକା ୧୯୮୯ରେ ନୀରଜ କପୁରଙ୍କୁ ବିବାହ କରିଥିଲେ। ହେଲେ ଗତ ୨୫ ବର୍ଷ ଧରି ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ଅଲକା କିଛି ଧରି ଧରି ଗୀତ ଗାଉ ନାହାନ୍ତି। କାରଣ ଆଜିର ସଙ୍ଗୀତର ପରିବର୍ତ୍ତନ। ବଲିଉଡ ଗୀତ ଏତେ ବଦଳିଛି ଯେ, କୁମାର ଶାନୁ, ଉଦିତ୍‌ ନାରାୟଣ ଏବଂ ଅଲକାଙ୍କ ପରି ୯୦ ଦଶକର ଗାୟକମାନେ କାମ ମିଳୁନାହିଁ।

Share