ଭଗବାନ ଶ୍ରୀକୃଷ୍ଣଙ୍କୁ ବିବାହ କଲେ ଯୁବତୀ

ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ଅରୌୟା ଜିଲାରେ ଜଣେ ଯୁବତୀ ଭଗବାନ କୃଷ୍ଣଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ସହିତ ବିବାହ ସମ୍ପନ୍ନ ହୋଇଛି। ଅରୌୟା ନିବାସୀ ରକ୍ଷା ସୋଲାଙ୍କିଙ୍କ କୃଷ୍ଣଙ୍କ ପ୍ରତି ଭଲ ପାଇବା ବେଶ୍‌ ନିଆରା। ଏଥିପାଇଁ ସେ ଶ୍ରୀକୃଷ୍ଣଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଶ୍ରୀକୃଷ୍ଣଙ୍କ ପ୍ରତିମାକୁ ନିଜ କୋଳରେ ନେଇ ସେ ସାତ ଫେରା ନେଇଥିଲେ ଏବଂ ବିବାହ ସମସ୍ତ ରୀତିନୀତି ଅନୁଯାୟୀ କରାଯାଇଥିଲା। ତାଙ୍କ ପରିବାର ଲୋକ ମଧ୍ୟ ବିବାହରେ ଉପସ୍ଥିତ ଥିଲେ ଏବଂ ଲୋକମାନଙ୍କୁ ମଧ୍ୟ ଏକ ଭୋଜି ଦିଆଯାଇଥିଲା।
ରକ୍ଷା ସୋଲାଙ୍କି ଅରୌୟାର ବିଧୁନା ସହରର ବାସିନ୍ଦା। ସେ ଜଣେ ଏଲଏଲବି ଛାତ୍ରୀ। ରକ୍ଷାଙ୍କ ପିତା ରଞ୍ଜିତ ସୋଲାଙ୍କି କହିଛନ୍ତି ଯେ, ଜୁଲାଇ ୨୦୨୨ରେ ଝିଅ ତାଙ୍କ ସହ ବୃନ୍ଦାବନ ଯାଇଥିଲେ। ସେଠାରେ ସେ ଭଗବାନ କୃଷ୍ଣଙ୍କୁ ସବୁକିଛି ବୋଲି ଗ୍ରହଣ କରି ନେଇଥିଲେ। ସେବେଠାରୁ ସେ କୃଷ୍ଣଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ।

Share