ନୂଆଦିଲ୍ଲୀ,୫।୬: ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ଲାୟଡ ଅଷ୍ଟିନ ଦୁଇ ଦିନିଆ ଭାରତ ଗସ୍ତରେ ଅଛନ୍ତି। ଏହା ହେଉଛି ତାଙ୍କର ଦ୍ୱିତୀୟ ଭାରତ ଗସ୍ତ। ରବିବାର ଭାରତରେ ପହଞ୍ଚିବା ପରେ ଅଷ୍ଟିନ ଦିଲ୍ଲୀର ମାନେକଶା କେନ୍ଦ୍ରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିଥିଲେ। ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ତିନି ସୌନ୍ୟ ଦିଲ୍ଲୀରେ ଅଷ୍ଟିନଙ୍କୁ ଟ୍ରାଇ ସର୍ଭିସ ଗାର୍ଡ ଅଫ ଅନର ପ୍ରଦାନ କରିଥିଲେ। ଏହା ପରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଦ୍ୱିପାକ୍ଷିକ ବୈଠକ ହୋଇଥିଲା।
ତେବେ ଏହି ଦ୍ୱିପାକ୍ଷିକ ବୈଠକ ପରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରିଛି। ସେ କହିଛନ୍ତି ୨ ପ୍ରତିରକ୍ଷା ମନ୍ତ୍ରୀ ଦୃଢ ପ୍ରତିରକ୍ଷା ସହଯୋଗ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି। ଏଥିସହ ନୂତନ ଟେକ୍ନୋଲୋଜିର ସହ-ବିକାଶ ଏବଂ ସହ-ଉତ୍ପାଦନ ଉପରେ ଧ୍ୟାନ ଦେବାକୁ ଆଲୋଚନା କରିଛନ୍ତି।
ଦ୍ୱିପାକ୍ଷିକ ବୈଠକ ପରେ ପରେ ଅଷ୍ଟିନ କହିଛନ୍ତି, ମୋର ବନ୍ଧୁ ରାଜନାଥ ସିଂଙ୍କୁ ଭେଟି ଭଲ ଲାଗିଲା। ଆମେରିକା-ଭାରତ ପ୍ରତିରକ୍ଷା ସମ୍ପର୍କ ପ୍ରତି ତୁମର ଅଦମ୍ୟ ପ୍ରତିବଦ୍ଧତା ପାଇଁ ଧନ୍ୟବାଦ। ତାଙ୍କର ନେତୃତ୍ୱ ଦୁଇ ଦେଶ ମଧ୍ୟରେ ମିଳିତ ଅଭ୍ୟାସ, ସହଯୋଗ ଏବଂ ଟେକ୍ନୋଲୋଜିର ବିକାଶରେ ଅତ୍ୟନ୍ତ ସହାୟକ ହେବ। ସେ ଆହୁରି ମଧ୍ୟ କହିଛନ୍ତି, ଭାରତ-ଆମେରିକାର ବିଶ୍ୱ ରଣନୀତିକ ଭାଗିଦାରୀ ଦ୍ରୁତ ଗତିରେ ବଢୁଛି। ଭାରତ-ଆମେରିକା ସହଭାଗୀତା ଏକ ମୁକ୍ତ ଏବଂ ଖୋଲା ଭାରତ-ପ୍ରଶାନ୍ତର ମୂଳଦୁଆ। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଶିଳ୍ପ ସହଯୋଗ ପାଇଁ ଆମେ ଏକ ଉଚ୍ଚାଭିଳାଷୀ ରୋଡମ୍ୟାପ ପ୍ରତିଷ୍ଠା କରିଛୁ।