ବିଷ ପିଇ ଆତ୍ମହତ୍ୟା କଲେ ନବବଧୂ, ଯୌତୁକ ନିର୍ଯାତନା ଦେଇ ମାରିଦେଇଥିବା ଅଭିଯୋଗ

ଗଞ୍ଜାମ,୫।୮(ବିଦ୍ୟାଧର ସାହୁ ): ପାଦରୁ ଅଳତା ଲିଭି ନ ଥିବା ବେଳେ ଜୁଇରେ ଜଳିଲେ ନବବଧୂ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବା ମିଳିଛି ରମ୍ଭା ଥାନା ହୁମା ଫାଣ୍ଡି ଅନ୍ତର୍ଗତ ପୋଡ଼ାଗଡ଼ ଗ୍ରାମରେ l ତିନିମାସ ତଳେ ବିବାହ କରିଥିବା ବୋହୁ ଭାରସ୍ୟାମ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଶାଶୁ ଘର କହୁଥିବା କହିଛନ୍ତି। କିନ୍ତୁ ଯୌତୁକ ନିର୍ଯାତନା ଦେଇ ତାଙ୍କୁ ଶାଶୁଘର ଲୋକେ ମାରିଦେଇଛନ୍ତି ବୋଲି ଝିଅର ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଏନେଇ ବାପ ଘର ଲୋକେ ହୁମା ଫାଣ୍ଡିରେ ଏତଲା ଦେଇଛନ୍ତି l ଏତଲାକୁ ଭିତ୍ତି କରି ପୋଲିସ କେସ ନଂ ୫୬୭/୨୩ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ହୁମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି l

ସୂଚନାଯୋଗ୍ୟ, ସାତୁଳୀ ଗ୍ରାମର ବନମାଳୀ ବାରିକିଙ୍କ ଝିଅ ଜ୍ୟୋତି ବାରିକି ଝିଅ ପୋଡ଼ାଗଡ଼ର ପବନା ପ୍ରଧାନଙ୍କ ପୁଅ ପିଣ୍ଟୁ ପ୍ରଧାନଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ l ବିବାହ ପର ଠାରୁ ଶାଶୁ ଘର ଲୋକେ ତାଙ୍କୁ ଅଧିକ ଯୌତୁକ ଆଣିବା ପାଇଁ ନିର୍ଯାତନା ଦେଇଥିଲେ l ଫଳରେ ବିବାହର ଦଶଦିନ ପରେ ନିଜ ବାପଘରକୁ ଯାଇ ଝିଅ ଆଉ ଶାଶୁଘରକୁ ଘରକୁ ଫେରି ନ ଥିଲେ। ବୁଝା ସୁଝା ପରେ ଗତ ଦୁଇ ଦିନ ତଳେ ସେ ନିଜ ଶାଶୁ ଘରକୁ ଆସିଥିଲେ l କିନ୍ତୁ ପୁଣି ଆରମ୍ଭ ହୋଇଯାଇଥିଲା ନିର୍ଯାତନା। ନିର୍ଯାତନା ସହି ନ ପାରି ଘରେ ଥିବା ପୋକମରା ଔଷଧକୁ ବୋହୁ ଖାଇଦେଇଥିଲେ l ଏହା ଦେଖି ଶାଶୁ ଘର ଲୋକେ ସଙ୍ଗେ ସଙ୍ଗେ ପ୍ରଥମେ ହୁମାର ଏକ ଘରୋଇ କ୍ଲିନିକକୁ ନେଇଥିଲେ। ସେଠାରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ନେବା ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ଗ୍ରାମର ଜଣେ ବ୍ୟକ୍ତି କହିଛନ୍ତି l ହୁମା ଫାଣ୍ଡି ଏସଆଇ ଦେବଦତ୍ତ ପ୍ରିୟଦର୍ଶୀ ଉକ୍ତ ଗ୍ରାମରେ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି l ଏଥିସହ ଗ୍ରାମରେ ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଘଟଣା ଛାନଭିନ୍ନ ଆରମ୍ଭ କରିଛି l ଶାଶୁ ଘର ଲୋକ ଅଧିକ ଯୌତୁକ ଲୋଭରେ ତାଙ୍କୁ ନିର୍ଯାତନା ଦେଇ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି l ଏଥିସହ ଛତ୍ରପୁର ଏସଡିପିଓ ଗୌରହରି ସାହୁ , ରମ୍ଭା ଥାନା ଓ ହୁମା ଫାଣ୍ଡି ପୋଲିସର ଉପସ୍ଥିତରେ ଝିଅ ନେଇଥିବା ସମସ୍ତ ଯୌତୁକ ସାମଗ୍ରୀ ଫେରସ୍ତ ପାଇଁ ବାହାର କରାଯାଇଥିବା ଜଣାପଡିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ରଶି ଲଗାଇ  ଝୁଲିପଡିଲେ ଯୁବକ

ବାଲିଗୁଡ଼ା,୨୮।୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି। ଜଣେ ୨୨ବର୍ଷର...

ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଭଦ୍ରକରେ ହିଂସା: ଘଟଣାସ୍ଥଳ ପରିଦର୍ଶନ କଲେ ଡିଆଇଜି, କହିଲେ ହିଂସା ସୃଷ୍ଟିକାରୀଙ୍କୁ…

ଭଦ୍ରକ,୨୮ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ଇଣ୍ଟରନେଟ୍‌ ସେବା ବନ୍ଦ...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣଙ୍କୁ ଗୁଳିମାଡ଼ କଲେ ସରପଞ୍ଚ

କଣ୍ଟାମାଳ,୨୮ା୯(ଆଦିରେଶ୍ୱର ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସରପଞ୍ଚଙ୍କ ଗୁଳିମାଡ଼ରେ ଜଣେ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ବୌଦ୍ଧ ଜିଲା ମନମୁଣ୍ଡା ଥାନା କସୁରବନ୍ଧ ଗାଁରେ। ଗୁରତର...

ସୁଧୁରୁନି ସହରର ଟ୍ରାଫିକ ବ୍ୟବସ୍ଥା

ଖୋର୍ଦ୍ଧା,୨୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସହରର ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ନୂଆବସ୍‌ଷ୍ଟାଣ୍ଡଠାରୁ ଟ୍ରାଫିକ ଛକ, ପଲ୍ଲା ଛକ, ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ମୁକୁନ୍ଦପ୍ରସାଦଠାରୁ ମେଡିକାଲ ଛକ ପର୍ଯ୍ୟନ୍ତ...

ଗ୍ରାମ୍ୟ ଉନ୍ନୟନ ରାସ୍ତା କାମରେ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୮ା୯ (କଳ୍ପତରୁ ନାୟକ): ସରକାର ପ୍ରତିବର୍ଷ ରାସ୍ତାଘାଟ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ କେତେକ ସ୍ଥାନରେ ଦାୟିତ୍ୱରେ ଥିବା ଅଧିକାରୀ, ଠିକାଦାରଙ୍କ...

ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ...

ଛାତ୍ରୀଛାତ୍ରଙ୍କ ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୯(ଅରୁଣ ସାହୁ): ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି । ଏଥିପାଇଁ ପ୍ରତିବର୍ଷ ବିଭିନ୍ନ...

ବୃଦ୍ଧଙ୍କ ଉପରେ ବୋଝ: ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅ

ଆଳି,୨୮ା୯(ବନମାଳୀ ସେନାପତି): ହସଖୁସିରେ ପୂରି ଉଠୁଥିବା ସଂସାର ଉପରେ ଏବେ ଦୁଃଖର କଳା ବାଦଲ ଘୋଟିଯାଇଛି। ବୃଦ୍ଧ ଅବସ୍ଥାରେ ରୋଗଣା ସ୍ତ୍ରୀ, ମାନସିକ ବିକୃତ ଝିଅପୁଅଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri