Categories: ବାଣିଜ୍ୟ

ଆକର୍ଷଣୀୟ ସବ୍‌ସିଡି ଦେଉଛି ଏଲ୍‌ଏମ୍‌ଏମ୍‌

ନୂଆଦିଲ୍ଲୀ,୧୬।୬: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା (ଏମ୍‌ଆଣ୍ଡ୍‌ଏମ୍‌)ର ସହଯୋଗୀ କମ୍ପାନୀ ମହିନ୍ଦ୍ରା ଲାଷ୍ଟ୍‌ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌) ପକ୍ଷରୁ ଓଡ଼ିଶା ସରକାରଙ୍କ ଇଭି ନୀତିକୁ ସ୍ବାଗତ କରାଯାଇଛି। ଏପରିକି ସରକାରଙ୍କ ଉକ୍ତ ଇଭି ନୀତି ଜରିଆରେ କମ୍ପାନୀ ତା’ର ସମସ୍ତ ଇଲେକ୍ଟ୍ରିକ୍‌ ତିନିଚକିଆ ଯାନ (ଲିଡ୍‌ ଏସିଡ୍‌ ଓ ଲିଥିୟମ୍‌ ଆୟନ) ଉପରେ ୩୦,୦୦୦ ଟଙ୍କାର ସବ୍‌ସିଡି ପ୍ରଦାନ କରୁଥିବା ଜଣାପଡ଼ିଛି। ଉକ୍ତ ନୀତି ଅଧୀନରେ ଭାରତର ୧ନମ୍ବର ଇଲେକ୍ଟ୍ରିକ୍‌ ତିନିଚକିଆ ଯାନ ନିର୍ମାତା ଏଲ୍‌ଏମ୍‌ଏମ୍‌ ଯାନଗୁଡ଼ିକୁ ଆକର୍ଷଣୀୟ ପ୍ରୋତ୍ସାହନ ପ୍ରଦାନ କରିପାରୁଛି, ଯାହା ନିଜ ଗାଡ଼ିକୁ ଅପ୍‌ଗ୍ରେଡ୍‌ କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ସହଜ କରୁଛି। ସେହିଭଳି କେନ୍ଦ୍ର ସରକାର ଫେମ୍‌-୨ ସବ୍‌ସିଡିକୁ ମିଶାଇ ଟ୍ରେଓ ଅଟୋ ଓ ଜୋରକୁ ୧,୦୩,୭୦୦ ଟଙ୍କା ଏବଂ ଟ୍ରେଓ ୟାରି ୬୭,୦୦୦ ଟଙ୍କାର ସବ୍‌ସିଡି ମିଳୁଛି। ଏପରିକି ଟ୍ରେଓ ଜୋର୍‌ କାର୍ଗୋ ତିନିଚକିଆ ଯାନ ୧,୦୩,୭୦୦ ଟଙ୍କାର ସବ୍‌ସିଡି ସହିତ ଉପଲବ୍ଧ ହେଉଥିବା ବେଳେ ଫ୍ଲାଗ୍‌ଶିପ୍‌ ଜୋର ଗ୍ରାଣ୍ଡ୍‌ ପାଇଁ ଷ୍ଟିକର ମୂଲ୍ୟରେ ୧,୩୨,୪୦୦ ଟଙ୍କାର ସବ୍‌ସିଡି ରହିଛି। ମହିନ୍ଦ୍ରାର ଲିଡ୍‌ ଏସିଡ୍‌ ତିନିଚକିଆ ଯାନ, ଇ-ଆଲ୍‌ଫା ମିନି ଓ ଇ ଆଲ୍‌ଫା କାର୍ଗୋ ଯାହା ଫ୍ରେମ୍‌-୨ ଅଧୀନରେ ଆସୁନାହିଁ। ହେଲେ ସେମାନଙ୍କୁ ମଧ୍ୟ ୩୦,୦୦୦ ଟଙ୍କାର ସରକାରୀ ସବ୍‌ସିଡି ମିଳୁଛି। ଅତ୍ୟଧିକ ଟଚ୍‌ପଏଣ୍ଟ ଓ ଅତୁଳନୀୟ ବିଶ୍ୱାସ ସହିତ ଆସୁଥିବା ବ୍ରାଣ୍ଡ୍‌ ମହିନ୍ଦ୍ରା ଗ୍ରାହକମାନଙ୍କୁ ନିଶ୍ଚିତ ଭାବେ ଏଲ୍‌ଏମ୍‌ଏମ୍‌ ଇଭି ଆନନ୍ଦିତ କରିବ।

Share