ଲୋଫର୍‌ ଶୁଜ୍‌

ଅଫିସ୍‌ରେ ସିମ୍ପଲ୍‌ ଏବଂ ଫର୍ମାଲ୍‌ ଆଉଟ ଫିଟ୍‌ ହିଁ ଭଲ ମାନିଥାଏ। ତାହା ସହ ମ୍ୟାଚିଂ ଶୁଜ୍‌ ବି ପିନ୍ଧିବାକୁ ପଡ଼େ। ଏହା ଆପଣଙ୍କ ଲୁକ୍‌ ସହ ପର୍ସନାଲିଟିକୁ ମଧ୍ୟ ବଢ଼ାଇଥାଏ। ତେବେ ଅଫିସ୍‌ରେ ଷ୍ଟାଇଲିଶ୍‌୍‌ ଦେଖାଯିବା ପାଇଁ ଲୋଫର୍‌ ଶୁଜ୍‌କୁ ଥରେ ଟ୍ରାଏ କରନ୍ତୁ। ଯଦି ଆପଣ ହିଲ୍ସ କିମ୍ବା ବୁଟ୍‌ ପିନ୍ଧି ବୋର୍‌ ହୋଇଗଲେଣି, ତେବେ ଏହା ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ…

ଏହି ଶୁଜ୍‌ ବିନା ଲେସ୍‌ବାଲା ହୋଇଥାଏ। ତେଣୁ ଏହାକୁ ସ୍ଲିପ୍‌ ଅନ୍‌ ଶୁ’ ମଧ୍ୟ କୁହାଯାଏ। ଏହି ଶୁଜ୍‌କୁ ଆପଣ କୌଣସି ଅଫିସିଆଲ ଗେଟ୍‌ଅପ୍‌ରେ ବି ପିନ୍ଧିପାରିବେ। ଲୋଫର ଶୁଜ୍‌ ଅଫିସିଆଲ ଓ ଫର୍ମାଲ ଲୁକ୍‌ ପାଇଁ ପରଫେକ୍ଟ ଲୁକ୍‌ ଦେଇଥାଏ। ଟ୍ରାଉଜର୍‌ କିମ୍ବା ପେନ୍ସିଲ୍‌ ସ୍କର୍ଟ ସହ ଟିମ ଅପ୍‌ କରି ଆପଣ ଷ୍ଟାଇଲିସ୍‌ ଲୁକ୍‌ ପାଇପାରିବେ। ଲୋଫର୍‌ ପିନ୍ଧି ଚାଲିବା ସମୟରେ କମ୍ଫର୍ଟ ଫିଲ୍‌ କରିବେ।
ଯେକୌଣସି ଟ୍ରିପ୍‌ କିମ୍ବା ଫଙ୍କସନ୍‌ ଆଟେଣ୍ଡ କରିବାକୁ ଯାଉଥିଲେ ଲୋଫର୍‌ ଶୁଜ୍‌କୁ ଜିନ୍ସ, ଜର୍ଗସ କିମ୍ବା ଶଟର୍‌ସ ସହ ଟିମ୍‌ଅପ୍‌ କରିପାରିବେ। ଏହି ସମୟରେ କଲରଫୁଲ୍‌ ଲୋଫର୍‌ ପିନ୍ଧିଲେ ଆପଣ ୟୁନିକ୍‌ ଦେଖାଯିବେ।
ଅଫିସ୍‌ ପାଇଁ ଲେଦର କିମ୍ବା ପ୍ଲେନ୍‌ ଡିଜାଇନ୍‌ର ଲୋଫର ପିନ୍ଧନ୍ତୁ। ବ୍ରାଇଟ୍‌ କଲର୍‌ ଲୋଫର ସହ ଫର୍ମାଲ ଡ୍ରେସ ଟିମ୍‌ଅପ୍‌ କରିପାରିବେ।
କାଜୁଆଲ ଲୁକ୍‌ ପାଇଁ ମଧ୍ୟ ଲୋଫର ଶୁଜ୍‌ ବ୍ୟବହାର କରିପାରିବେ। ଲୋଫର୍‌ ଶୁଜ୍‌ ସହ ଟି ଶାର୍ଟ ଓ ଜିନ୍ସ ମ୍ୟାଚ୍‌ କରି ପିନ୍ଧିପାରିବେ। ଖରାଦିନେ ଏହାକୁ ପିନ୍ଧି ଆପଣ କମ୍ଫର୍ଟେବଲ ବି ଫିଲ୍‌ କରିପାରିବେ।