Categories: ବାଣିଜ୍ୟ

ସିବିଓଆଇ ପକ୍ଷରୁ ଋଣ ଶିବିର

ଭୁବନେଶ୍ୱର,୨୪ା୯: ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ସିବିଓଆଇ) ପକ୍ଷରୁ ନିକଟରେ ଉଭୟ କଟକ ଓ ଭୁବନେଶ୍ୱରରେ ୨ଟି ମେଗା କ୍ଲଷ୍ଟର ଋଣ ଶିବିରର ଆୟୋଜନ କରାଯାଇଥିଲା। ଏହି ଅବସରରେ ସିବିଓଆଇର କୋଲକାତାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଆଞ୍ଚଳିକ ମୁଖ୍ୟ ଅଜୟ କୁମାର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର କ୍ଷେତ୍ରୀୟ ମୁଖ୍ୟ ଅନାଦି ବିଶ୍ୱାସଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଓ ଅନ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। ଉକ୍ତ ଶିବିର ଜରିଆରେ ବ୍ୟାଙ୍କର ଗ୍ରାହକମାନଙ୍କୁ ୧୦୦ କୋଟି ଟଙ୍କାର ଋଣ ମଞ୍ଜୁର ପତ୍ର ସହ ୪୦ କୋଟି ଟଙ୍କାର ଋଣ ବଣ୍ଟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସିଂ ଗ୍ରାହକମାନଙ୍କ ସହ ଭାବାନୁପ୍ରଦାନ କରିବା ସହ ସେମାନଙ୍କୁ ଉତ୍ତମ ଗ୍ରାହକ ସେବା ଯୋଗାଇଦେବା ନିମନ୍ତେ ସୁନିଶ୍ଚିତ କରିଥିଲେ। ସେହିଭଳି ଅଜୟ ବ୍ୟାଙ୍କର ସମସ୍ତ ଶାଖାର ଶାଖା ମୁଖ୍ୟମାନଙ୍କ ସହ ଆଲୋଚନା କରିଥିଲେ। ଏପରିକି ପ୍ରତି ଅଭାବୀ ଗ୍ରାହକଙ୍କ ପାଖରେ ପହଞ୍ଚତ୍ ସେମାନଙ୍କର ଆର୍ଥିକ ପରିସ୍ଥିତିରେ ସୁଧାର ଆଣିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଅଜୟ କୁମାର ସିଂ ନିକଟରେ କଟକ ଓ ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ।

Share