Posted inଜାତୀୟ

ସ୍ତ୍ରୀଙ୍କୁ ୫ ପୃଷ୍ଠାର ଚିଠି ଲେଖି ଆତ୍ମହତ୍ୟା କଲେ ଫାଇନାନ୍ସ କମ୍ପାନୀର ଏରିଆ ମ୍ୟାନେଜର

ଲକ୍ଷ୍ନୌ,୩୦ା୯: ଉତ୍ତରପ୍ରଦେଶର ଝାନ୍‌ସୀରେ ବଜାଜ ଫାଇନାନ୍ସର ଏରିଆ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ୪୨ ବର୍ଷୀୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ଦୁଇମାସ ହେଲା ଟାର୍ଗେଟ ପୂରଣ କରିବା ପାଇଁ ସିନିୟରମାନେ ତାଙ୍କ ଉପରେ ଅତ୍ୟଧିକ ଚାପ ପକାଉଥିଲେ। ଟାର୍ଗେଟ ପୂରଣ ନ କରିପାରିଲେ, ଛଟେଇ କରାଯିବ ବୋଲି ସେମାନେ ଧମକ ଦେଉଥିଲେ। ଅତ୍ୟଧିକ କାର୍ଯ୍ୟଚାପ ଯୋଗୁ ତରୁନ ସାକ୍ସେନା ଆତ୍ମହତ୍ୟା କରିଥିବା ଏକ ଚିଠିରେ ଲେଖିଛନ୍ତି। ତେବେ ବଜାଜ ଫାଇନାନ୍ସ ଉକ୍ତ ଅଭିଯୋଗ ଉପରେ କୌଣସି ପ୍ରତିକ୍ରିୟା ଦେଇନାହିଁ।

ତରୁନ୍‌ଙ୍କ ଆତ୍ମହତ୍ୟା କରିଥିବା ତାଙ୍କ ଘରୋଇ ସହାୟକ ସୋମବାର ସକାଳେ ଜାଣିବାକୁ ପାଇଥିଲେ। ତରୁନ ତାଙ୍କ ମା’ ବାପା, ସ୍ତ୍ରୀ ଓ ଦୁଇ ପିଲାଙ୍କ ସହ ରହୁଥିବା ବେଳେ ସେମାନଙ୍କୁ ଅନ୍ୟ ଏକ ରୁମ୍‌ରେ ତାଲା ପକାଇ ଦେଇଥିଲେ।

ସ୍ତ୍ରୀଙ୍କୁ ଲେଖିଥିବା ୫ ପୃଷ୍ଠାର ଚିଠିରେ ତରୁନ କହିଛନ୍ତି, ସମସ୍ତ ଉଦ୍ୟମ ସତ୍ତ୍ୱେ ସେ ଟାର୍ଗେଟ ପୂରଣ କରିପାରି ନ ଥିଲେ। ତାଙ୍କୁ ଉକ୍ତ ଅଞ୍ଚଳରେ ବଜାଜ ଫଇନାନ୍ସ ଋଣ କିସ୍ତି ଆଦାୟ ଦାୟିତ୍ୱ ଦିଆଯାଇଥିଲା। ଟାର୍ଗେଟ ପୂରଣ ହେଉ ନ ଥିବାରୁ ଚାକିରି ହରାଇବା ନେଇ ସେ ଚିନ୍ତାରେ ରହୁଥିଲେ।

ଋଣ କିସ୍ତି ଆଦାୟ କରି ନ ପାରିଲେ, ନିଜେ ଭରିବାକୁ ପଡୁଥିଲା। ବରିଷ୍ଠ ଅଧିକାରୀଙ୍କୁ ଅସୁବିଧା ସମ୍ପର୍କରେ ଜଣାଇଲେ ମଧ୍ୟ ସେ ଶୁଣିବାକୁ ପ୍ରସ୍ତୁତ ନ ଥିଲେ। ତରୁନ୍‌ ୪୫ ଦିନ ହେଲା ଶୋଇ ନ ଥିବାବେଳେ ଖାଇବା ଏକପ୍ରକାର ଛାଡ଼ିଦେଇଥିଲେ ବୋଲି ଚିଠିରେ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଡାକ୍ତରଙ୍କୁ ବଳାତ୍କାର ଘଟଣାରେ ମମତା ସରକାର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦ା୯:ପଶ୍ଚିମବଙ୍ଗର ସରକାରୀ ମେଡିକାଲ କଲେଜଗୁଡ଼ିକରେ ସିସିଟିଭି ଲଗାଇବା, ପାଇଖାନା ଓ ଅଲଗା ରେଷ୍ଟିଂ ରୁମ୍‌ ନିର୍ମାଣରେ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ସୋମବାର ଅସନ୍ତୋଷ ପ୍ରକାଶ କରିଛନ୍ତି।...

ଦୁନିଆରେ ଆତଙ୍କବାଦଙ୍କ ପାଇଁ କୌଣସି ସ୍ଥାନ ନାହିଁ: ହେଜ୍‌ବୋଲ୍ଲା-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଛନ୍ତି। ନେତାନ୍ୟାହୁଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ବାର୍ତ୍ତାଳାପ...

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଢିଲା ଅଡ଼ୁଆ: ମାମଲା ରୁଜୁ କଲା ଇଡି

ବେଙ୍ଗାଲୁରୁ,୩୦।୯: ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ(ଏମ୍‌ୟୁଡିଏ) ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମସ୍ୟା ବୃଦ୍ଧି ପାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲୋକାୟୁକ୍ତଙ୍କ ଏଫଆଇଆର ବିଷୟରେ ତଦାରଖ...

ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖ: ଆନ୍ଧ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩୦।୯: ତିରୁପତି ଲଡୁ ବିବାଦ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଭଗବାନଙ୍କୁ ରାଜନୀତିଠାରୁ ଦୂରେଇ ରଖିବା ଉଚିତ୍‌ ବୋଲି ସୁପ୍ରମିକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ...

ଚାଇନାର ନୂଆ ଚାଲ୍‌: ଭାରତର ବଢିଲା ଟେନ୍‌ସନ

ନୂଆଦିଲ୍ଲୀ,୩୦।୯: ଭାରତ ସୀମା ନିକଟରେ କ୍ଷେପଣାସ୍ତ୍ର ମାଡ଼ ରୋକିବାକୁ ଚାଇନା ଏକ ପରୀକ୍ଷା କରିଛି। ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) କରାକୋରମ ମାଳଭୂମି ନିକଟରେ ଏହି...

ନିର୍ବାଚନ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା: ଗାଈକୁ ମିଳିଳା ‘ରାଜମାତା’ ସମ୍ମାନ

ପୁଣେ,୩୦।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଏକନାଥ ଶିନ୍ଦେ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସରକାର ଗାଈକୁ ‘ରାଜମାତା’ ମାନ୍ୟତା ଦେଇଛନ୍ତି। ମହାୟୁତି ସରକାର...

ଟ୍ରେନରେ ଥାଇ ଜୋମାଟୋରେ ଅର୍ଡର କରିପାରିବେ ଖାଦ୍ୟ, ଏବେ ପ୍ରତି ଷ୍ଟେଶନରେ…

ନୂଆଦିଲ୍ଲୀ,୩୦।୯: ଯେତେବେଳେ ଆମେ କୌଣସି ଲମ୍ବା କିମ୍ବା କମ୍‌ ସମୟ ପାଇଁ ଟ୍ରେନରେ ଯାତ୍ରା କରୁ ସେତେବେଳ ଖାଇବା ନେଇ ଟେନଶନ ଥାଆନ୍ତି। କେତେବଳେ ଟ୍ରେନ...

ୟା.. ୟା.. ବନ୍ଦ କର, ଏଇଟା କଫି ଶପ୍‌ ନୁହେଁ କୋର୍ଟ, ଓକିଲଙ୍କୁ ହଠାତ୍‌ ଏମିତି କାହିଁକି କହିଲେ ଚନ୍ଦଚୂଡ

ନୂଆଦିଲ୍ଲୀ,୩୦।୯: ସୁପ୍ରିମକୋର୍ଟରେ ସିଜେଆଇ ଚନ୍ଦ୍ରଚୂଡଙ୍କ ବେଞ୍ଚ ସୋମବାର କୋର୍ଟରେ ବସିବା ମାତ୍ରେ ଗୋଟିଏ ପରେ ଗୋଟିଏ ପିଟିସନର ଶୁଣାଣି ହୋଇଥିଲା। ଏହି ସମୟ ମଧ୍ୟରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri