ଭୁବନେଶ୍ୱର,୬।୩: ବ୍ୟାଙ୍କ ଅଫ୍ ଇଣ୍ଡିଆ (ବିଓଆଇ)ର ଭୁବନେଶ୍ୱର ଅଞ୍ଚଳ ପକ୍ଷରୁ ନୂଆସନ୍ଥ ଶାଖାଠାରେ ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍ଏଚ୍ଜି)ଙ୍କ ପାଇଁ ଏକ ଋଣ ମେଳାର ଅୟୋଜନ କରାଯାଇଥିଲା। ବିଓଆଇ ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ପ୍ରବନ୍ଧକ (ଋଣ ବିଭାଗ) ଦୀପ୍ତି ହୋତା ୧୫ଟି ଏସ୍ଏଚ୍ଜିକୁ ଋଣ ମଞ୍ଜୁରୀ ପତ୍ର ପ୍ରଦାନ କରିଥିଲେ। ଶାଖା ପରିଚାଳିକା ସୁଜାତା ଦାସ ସଭାପତିତ୍ୱ କରିଥିଲେ ଓ କୃଷି ଅଧିକାରୀ ଅବିନାଶ ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।