Categories: ଜାତୀୟ

ଠକେଇ ଅଭିଯୋଗରେ ଭିଡିଓକନ ମାଲିକ ଗିରଫ

ମୁମ୍ବାଇ,୨୬।୧୨: ଆଇସିସିଆଇ ବ୍ୟାଙ୍କ ଠକେଇ ମାମଲାରେ ଭିଡିଓକନ ମାଲିକ ଭେନୁଗୋପାଲ ଧୁତଙ୍କୁ ଗିରଫ କରାଯାଇଛି। ତାଙ୍କୁ ସୋମବାର ମୁମ୍ବାଇରେ ସିବିଆଇ ଗିରଫ କରିଛି।
ଭିଡିଓକନ ଋଣ ମାମଲାରେ ଗିରଫ ହୋଇଥିବା ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ତଥା ଏମଡି ଚନ୍ଦା କୋଚର ଏବଂ ତାଙ୍କ ସ୍ବାମୀ ଦୀପକ କୋଚରଙ୍କୁ ଶନିବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା।
ଭିଡିଓକନ ଋଣ ମାମଲାରେ ସିବିଆଇ ଦ୍ୱାରା ଶୀଘ୍ର ଚାର୍ଜ ସିଟ ଦାଖଲ ହେବାର ସମ୍ଭାବନା ରହିଛି। ଭିଡ଼ିଓକନ ଗ୍ରୁପର ଭେନୁଗୋପାଲ ଧୁତ୍‌ଙ୍କ ସହିତ ଚାର୍ଜସିଟରେ କୋଚର ଦମ୍ପତିଙ୍କୁ ମଧ୍ୟ ନାମିତ କରାଯାଇପାରେ। ଚନ୍ଦା କୋଚରଙ୍କ ନାଁ ଅଭିଯୋଗ ହୋଇଛି ଯେ, ଭେନୁଗୋପାଲଙ୍କୁ ଅନ୍ଧ ଭାବରେ ଋଣ ପ୍ରଦାନ କରୁଥିଲେ।

Share