ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ମିଳିବ ୧.୬୦ଲକ୍ଷ ଯାଏଁ ଋଣ

ନୂଆଦିଲ୍ଲୀ,୧୭।୮: ପବ୍ଲିକ୍‌ ଟେକ୍‌ ପ୍ଲାଟଫର୍ମରୁ ସହଜରେ ମିଳିପାରିବ ଋଣ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଗୁରୁବାର ଠାରୁ ପବ୍ଲିକ ଟେକ ପ୍ଲାଟଫର୍ମର ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରିଛି। ଏହା ମାଧ୍ୟମରେ, ଋଣଦାତାମାନେ ଆବଶ୍ୟକ ଡିଜିଟାଲ ସୂଚନା ବିନା ବାଧା ଋଣ ପରିପାରିବେ। ପାଇଲଟ ପ୍ରୋଜେକ୍ଟରେ, ଏହି ପ୍ଲାଟଫର୍ମରେ ଉପଲବ୍ଧ ବ୍ୟାଙ୍କଗୁଡିକ କିସାନ କ୍ରେଡିଟ କାର୍ଡ, ଦୁଗ୍ଧ ଉତ୍ପାଦକଙ୍କୁ ଋଣ, କୌଣସି ବ୍ୟକ୍ତି ବନ୍ଧକ ରଖିଥିଲେ , ବ୍ୟକ୍ତିଗତ ଋଣ ଏବଂ ଘର ଋଣ ୧.୬୦ଲକ୍ଷ ଯାଏଁ ଋଣ ପ୍ରଦାନ କରି ପାରିବେ। ଏହି ପ୍ଲାଟଫମରେ ଆଧାର ମାଧ୍ୟମରେ ଇଲେକ୍ଟ୍ରୋନିକ କଓ୍ବୋଇସି, ରାଜ୍ୟ ସରକାରଙ୍କ ଜମି ରେକର୍ଡ, ପାନର ବୈଧତା, ଆଧାର ଇ-ସ୍ବାକ୍ଷର ଓ ଗୃହ ଏବଂ ସମ୍ପତ୍ତିର ତଥ୍ୟ ଲିଙ୍କ ହୋଇପାରିବ।

Share