ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟ: ୩ଟି ଗୋଲ ଦେଇ ସ୍ପୋଟର୍‌ସ ହଷ୍ଟେଲ କଟକ ବିଜୟୀ

ନିରାକାରପୁର,୧୫।୧(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ପଞ୍ଚାୟତରେ ଥିବା କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ଖେଳପଡ଼ିଆରେ ସଖା ସଂଘ କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଅନୁଷ୍ଠିତ ୩୧ତମ ସର୍ବଭାରତୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ମଙ୍ଗଳବାର ସ୍ପୋଟର୍‌ସ ହଷ୍ଟେଲ କଟକ ଏବଂ ନାମଖନ ଫୁଟ୍‌ବଲ ଏକାଡେମୀ ବେହେଲା କୋଲକାତା ମଧ୍ୟରେ ହୋଇଥିଲା। ମ୍ୟାଚର ପ୍ରଥମାର୍ଦ୍ଧରେ ଉଭୟ ଟିମ୍‌ କେହି କାହାରିକୁ ଗୋଲ ଦେଇପାରି ନ ଥିଲେ। ଦ୍ୱିତୀୟାର୍ଦ୍ଧରେ ୩ଟି ଗୋଲ ଦେଇ ସ୍ପୋଟର୍‌ସ ହଷ୍ଟେଲ କଟକ ବିଜୟୀ ହୋଇଛି। ଶିବ ଶଙ୍କର ପଣ୍ଡା, ଶିବ ସାମନ୍ତରାୟ, ସୁକାନ୍ତ ପ୍ରଧାନ, ଓମ୍‌ ପ୍ରକାଶ ମିଶ୍ର, ଅକ୍ଷୟ ପଟ୍ଟନାୟକ, ଗଙ୍ଗାଧର ପଟ୍ଟନାୟକ ପ୍ରମୁଖ ମ୍ୟାଚ୍‌ ପରିଚାଳନା କରିଥିଲେ। ଅତିଥିଭାବେ ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରସନ୍ନ ନନ୍ଦ, ଡା.ଅଂଶୁମାନ ରାୟ, ବିଶିଷ୍ଟ ବ୍ୟବସାୟୀ ଏସ୍‌.କେ. ସକୁନ, ଅବସରପ୍ରାପ୍ତ ବ୍ଲକ୍‌ ନିର୍ବାହୀ ଅଧିକାରୀ ଲକ୍ଷ୍ମୀଧର ସାମନ୍ତରାୟ, ଦିଲୀପ ରାୟ, ସାରଙ୍ଗଧର ମହାପାତ୍ର, ଅରୂପ ପ୍ରଧାନ, ଜାନକୀ ମହାପାତ୍ର, କ୍ରୀଡ଼ା ସଂସଦ ଉପଦେଷ୍ଟା ରବୀନ୍ଦ୍ର ରାଉତରାୟ ପ୍ରମୁଖ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଶିବ ମଣ୍ଡଳ ଏବଂ ରୋନିକ ମାଝୀଙ୍କୁ ଶ୍ରେଷ୍ଠ ଖେଳାଳିଭାବେ ସମ୍ମାନିତ କରାଯାଇଥିଲା। ଅବସରପ୍ରାପ୍ତ ଶିକ୍ଷକ କମଳଲୋଚନ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ବୁଧବାର ଏସ୍‌ପିଏମ୍‌ ବିଶାଖାପାଟଣା ଏବଂ ହିନ୍ଦୁସ୍ତାନ ହିରୋଜ ଫୁଟ୍‌ବଲ ଏକାଡେମୀ ବେହେଲା କୋଲକାତା ମଧ୍ୟରେ ମ୍ୟାଚ୍‌ ହେବ ବୋଲି ଅନୁଷ୍ଠାନରସଭାପତି ବିପିନ କୁମାର ଜୟସିଂହ ଏବଂ ସମ୍ପାଦକ ଭାଗୀରଥି ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେଚର ପାର୍କରେ ନଷ୍ଟ ହେଲାଣି ଫାଇବର ପ୍ରତିମୂର୍ତ୍ତି, ଜଳ ଫୁଆରା, ମୁହଁ ଫେରାଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୨୩ା୧(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ବୁଲି ଆସୁଥିବା ପର୍ଯ୍ୟଟକ ଏବେ ଏକାଧିକ ପର୍ଯ୍ୟଟନକ୍ଷେତ୍ରର ଅବ୍ୟବସ୍ଥାକୁ ଦେଖି ନାକ ଟେକିବା ଆରମ୍ଭ...

ଇଲେକ୍ଟ୍ରୋନିକ୍ସ ଦୋକାନରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

ଧୂଷୁରୀ,୨୩।୧(ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଧୂଷୁରୀ ବଜାରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ...

ମକର ବୁଲି ଯାଇଥିଲେ ପ୍ରେମୀଯୁଗଳ: ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କାଲିମେଳା, ୨୩।୧(ଜୀବନ କୃଷ୍ଣ ଦାସ):ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗମ୍ଫାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ତୁମୁକିମାଡକା ଗାଁ ନିକଟ ଜଙ୍ଗଲରୁ ଯୁବକ ଯୁବତୀ ବେକରେ ଓଢଣୀ...

ଶିବାଶିଷ ହେଲେ ଛତ୍ରପୁରର ନୂତନ ଉପଜିଲାପାଳ

ଛତ୍ରପୁର,୨୩।୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜ଼ିଲା ଛତ୍ରପୁରର ନୂତନ ଉପଜିଲାପାଳ ଭାବେ ଶିବାଶିଷ ବରାଳ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ଶେରଗଡ଼ ବିଡିଓ ଭାବେ...

ଛାତ୍ରୀଛାତ୍ରମାନଙ୍କ ସାମୁହିକ ବିକାଶ ଜରୁରୀ

ଜି.ଉଦୟଗିରି ୨୩।୧(ଶିଶିର ପଟ୍ଟନାୟକ): ଜି. ଉଦୟଗିରି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରର ବାର୍ଷିକ ଉତ୍ସବରେ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀ ଛାତ୍ରୀଛାତ୍ରମାନଙ୍କ ବୌଦ୍ଧିକ, ନୈତିକ ଓ...

ସାଧାରଣତନ୍ତ୍ର ଦିବସ ପାଇଁ ଜୋରଦାର ପ୍ରସ୍ତୁତି: ଛାତ୍ରୀଛାତ୍ରଙ୍କ ପ୍ରତିଯୋଗିତାରେ ଚଞ୍ଚକତା

ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦାରିଙ୍ଗବାଡି ଜାତୀୟ ଦିବସ ପାଳନ କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି।...

ପକ୍କା ରାସ୍ତା ଖୋଲିଦେବା ଘଟଣା: ‘ଧରିତ୍ରୀ’ରେ ଖବର ପ୍ରକାଶିତ ପରେ ତତ୍ପର ଗ୍ରାମ୍ୟ ଉନ୍ନୟନ ବିଭାଗ

ଦାରିଙ୍ଗବାଡି,୨୩।୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥଠାରୁ ତେରବାଡି ଓ ତେରବାଡିଠାରୁ ଡଲାବାଡିକୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପକ୍କା ରାସ୍ତା...

୧ରୁ ଅନ୍‌ଲାଇନରେ ଶିମିଳିପାଳ ପ୍ରବେଶ ଅନୁମତି

ବାରିପଦା,୨୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଏଣିକି କେବଳ ଅନ୍‌ଲାଇନ ମାଧ୍ୟମରେ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରାଯିବ। ଆସନ୍ତା ଫେବୃଆରୀ ୧ରୁ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image