Categories: ଜାତୀୟ

ଏଲ୍‌ଓସି-ଏଲ୍‌ଏସି ଉପରେ ମହାକାଶରୁ ରହିବ କଡ଼ା ନଜର

ହାଇଦ୍ରାବାଦ୍‌,୭।୧୧: ଏଲ୍‌ଓସି ଏବଂ ଏଲ୍‌ଏସିରେ ଶତ୍ରୁ ଉପରେ ମହାକାଶରୁ କଡ଼ା ନଜର ରଖିବା ଲାଗି ଇସ୍ରୋ ପକ୍ଷରୁ ଉପଗ୍ରହ ପ୍ରେରଣ କରାଯାଇଛି। କୁ ସକ୍ଷମ ହେବ। ଶନିବାର ଅପରାହ୍ନ ୩ଟା ୧୨ରେ ଆନ୍ଧ୍ରପ୍ରଦେଶର ନେଲୋର ଜିଲାର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଇଓଏସ୍‌-୦୧ ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଛି। ପୂର୍ବରୁ ଏହାକୁ ଅପରାହ୍ନ ୩ଟା ୨ରେ ଉତ୍‌କ୍ଷେପଣ କରିବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ବଜ୍ରପାତ ହେବାରୁ ଉତ୍‌କ୍ଷେପଣରେ ଡେରି ହୋଇଥିଲା। ଏହାଯୋଗୁ ରକେଟର ଇଲୋକ୍ଟ୍ରୋନିକ୍ସ୍‌ ଯାନ୍ତ୍ରାଶଂ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଥିଲା। ପିଏସ୍‌ଏଲ୍‌ଭି-ସି୪୯ ରକେଟ ଦ୍ୱାରା ଏହାକୁ ମହାକାଶକୁ ପଠାଯାଇଛି। ଇଓଏସ୍‌-୦୧ ସହିତ ଇସ୍ରୋ ପକ୍ଷରୁ ମୋଟ ୧୦ଟି ଉପଗ୍ରହ ପ୍ରେରଣ କରାଯାଇଛି। ସେଥିମଧ୍ୟରେ ଆମେରିକାର ୪, ଲୁଜେମ୍‌ବର୍ଗର ୪ ଏବଂ ଲିଥୋନିଆର ଗୋଟିଏ ଉପଗ୍ରହ ରହିଛି। ଏସବୁ ଉପଗ୍ରହ ନ୍ୟୁ ସ୍ପେସ୍‌ ଇଣ୍ଡିଆ ଲିମିଟେଡ୍‌ ସହିତ ହୋଇଥିବା ଏକ ବ୍ୟବସାୟିକ ବୁଝାମଣା ଅନ୍ତର୍ଗତ ମହାକାଶକୁ ଇସ୍ରୋ ସହାୟତାରେ ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବରରେ ଇସ୍ରୋ ପକ୍ଷରୁ ଜିସାଟ୍‌-୧୨-ଆର୍‌ ଯୋଗାଯୋଗ ଉପଗ୍ରହକୁ ମହାକାଶକୁ ପ୍ରେରଣ କରିବା ଲାଗି ଯୋଜନା କରାଯାଇଛି। ଏହାକୁ ପିଏସ୍‌ଏଲ୍‌ଭି-ସି୫୦ ରକେଟ ଦ୍ୱାରା ମହାକାଶକୁ ପଠାଯିବ।

Share