ସ୍ଥାନୀୟ ଲୋକଙ୍କୁ ମିଳୁନି ନିଯୁକ୍ତି ସୁବିଧା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଜୁରୁଡ଼ିବାସୀ

କେନ୍ଦୁଝର,୧୮ା୮(ସ୍ବ.ପ୍ର.): ଖଣି ଅଞ୍ଚଳରେ କାମ ଧନ୍ଦା ପାଉ ନ ଥିବାରୁ ଅସନ୍ତୋଷ ବଢ଼ୁଥିବା ବେଳେ କେତେକ ଖଣି ସଂସ୍ଥା ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ଦେଉ ଥିବାରୁ ଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ଯାଉଛି। ଯୋଡ଼ା ବ୍ଲକର ଜୁରୁଡି ପଞ୍ଚାୟତ ଅଞ୍ଚଳର ଲୋକମାନେ ସ୍ଥାନୀୟ ଓ ଏମ୍‌ସି ଖଣିରେ କାମ ଧନ୍ଦା ପାଇଁ ଦାବି କରି ବିଫଳ ହେବାରୁ ଧାରଣା ଦେଇ ଆନ୍ଦୋଳନ କରିଥିଲେ। ତେବେ ସ୍ଥାନୀୟ କେତେକ ପ୍ରଭାବଶାଳୀ ଲୋକ ଖଣି କମ୍ପାନୀକୁ ସମର୍ଥନ କରି ଜୋର୍‌ ଜବରଦସ୍ତ ଧାରଣାରୁ ଉଠାଇ ଦେବାରୁ ବୁଧବାର ଜିଲାପାଳଙ୍କ ପାଖକୁ ଆସି ଦାବି ଜଣାଇବା ସହ ନିଯୁକ୍ତି ପାଇଁ ଦାବି କରିଥିଲେ। ସ୍ଥାନୀୟ ଲୋକଙ୍କୁ କାମ ନ ଦେଇ ଅନ୍ୟ ଅଞ୍ଚଳର ଲୋକଙ୍କୁ କାମ ଦିଆଯାଉଥିବା ସେମାନେ ଅଭିଯୋଗ କରି ତଦନ୍ତ କରି କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଖଣି ଖାଦାନ ଯୋଗୁ ଜଙ୍ଗଲ, ଚାଷ ଜମି ସବୁ ଗଲା। ଏଣୁ ଖଣି ଖଦାନ କାମ କରି ଜୀବିକା ନିର୍ବାହ ଏକ ମାତ୍ର ବିକଳ୍ପ ଜୀବିକା ରହିଥିବା ବେଳେ ସେଠାରେ ନିଯୁକ୍ତି ନ ମିଳିଲେ କିପରି ଜୀବିକା ନିର୍ବାହ କରିବେ ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ: ୮ ଘଣ୍ଟା ପରେ ଓହରିଲେ , ୩ ଦିନ ଭିତରେ…

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା...

୩୦ ବର୍ଷ ପରେ ତାରାତାରିଣୀ ମନ୍ଦିରରୁ ଚୋରି: ସେବେ ନେଇଥିଲେ ଚଳନ୍ତି ପ୍ରତିମା ଏବେ ନେଇଗଲେ ଅଳଙ୍କାର

ପୁରୁଷୋତ୍ତମପୁର,୬।୧୧ (ସିମାଞ୍ଚଳ ମିଶ୍ର): ଭଗବାନଙ୍କଠାରୁ ମଧ୍ୟ ଲୁଟିନେବାକୁ ଚୋରମାନେ ପଛାଉ ନାହାନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ...

ଗାଁ ଦାଣ୍ଡରେ ଯୁବକଙ୍କୁ କରିଥିଲେ ବିଭତ୍ସ ହତ୍ୟା: ମିଳିଲା ଆଜୀବନ ଜେଲ୍‌ ଦଣ୍ଡ

ବ୍ରହ୍ମପୁର, ୬।୧୧(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୧ରେ ସନ୍ତୋଷ ସେଠୀ ନାମକ ଜଣେ ଯୁବକଙ୍କୁ ଗାଁ ଦାଣ୍ଡରେ ହତ୍ୟା କରାଯାଇଥିଲା। ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ...

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ଘଟଣା: ମାଣ୍ଡିପଙ୍କା ଗାଁରେ ପହଞ୍ଚି ତଦନ୍ତ କଲେ ଆରଡିସି, ଜିଲାପାଳ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଦାପୁର ପଞ୍ଚାୟତ ମାଣ୍ଡିପାଙ୍କା ଗ୍ରାମରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ...

ଆମ୍ବ ଟାକୁଆ ଯାଉ ଘଟଣାପରେ ପ୍ରଶାସନର ତତ୍ପରତା: ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର: ଏଣିକି ଚାଷ ପାଇଁ ମିଳିବ ଋଣ 

ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜଙ୍କ ମାଣ୍ଡିପଙ୍କା ଗସ୍ତପରେ ଉକ୍ତ ଅଞ୍ଚଳର ଚିତ୍ର ବଦଳିବା ନେଇ ଲୋକଙ୍କ ମଧ୍ୟରେ ଆଶାସଞ୍ଚାର...

ରାତିଅଧରେ ହଷ୍ଟେଲରେ ପଶିଲେ ୪ ଜଣ, ଜଣଙ୍କୁ ରଡରେ ପିଟିଦେଇଗଲେ

କେନ୍ଦୁଝର,୬।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସରକାରୀ ଇଞ୍ଜିନିୟରିଂ କଲେଜରେ ରାଗିଂ ଅଭିଯୋଗ ହୋଇଛି। ତୃତୀୟ ବର୍ଷର କେତେକ ଛାତ୍ରଙ୍କ ଆକ୍ରମଣରେ ଜଣେ ଦ୍ୱିତୀୟ ବର୍ଷର...

ରାତିରେ ହୋଇଥିଲା ଶୁଟିଂ, ସକାଳେ ହୁହୁ ହୋଇ ଜଳୁଥିଲା ଷ୍ଟୁଡିଓ

ଖୋର୍ଦ୍ଧା,୬।୧୦: ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏକ ଘରୋଇ ଟିଭି ଚ୍ୟାନେଲର ଷ୍ଟୁଡିଓରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ହତ୍ୟା ନା ଆତ୍ମହତ୍ୟା, ବଢୁଛି ସନ୍ଦେହ

ପାଟଣା ,୬।୧୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ପୁଟୁଳିଆ ଗ୍ରାମରେ ଘର ଭିତରୁବୁଧବାର ସକାଳୁ ଯୁବକଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri