ଭଦ୍ରକ ଅଫିସ,୧୧।୮: ଭଦ୍ରକ ଜିଲାରେ ମଙ୍ଗଳବାର ୮୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୦୬୮ ଛୁଇଁଛି। ମଙ୍ଗଳବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୭୩୩ ଜଣ ସୁସ୍ଥ ହୋଇଥିବା ବେଳେ ୩୩୧ ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି।
Posted inଆମ ଜିଲା ଖବର, ଭଦ୍ରକ