Advertisement

ଭଦ୍ରକରେ ସଙ୍ଗରୋଧକୁ ପଛରେ ପକାଇଲା ସ୍ଥାନୀୟ ସଂକ୍ରମଣ: ଜାଣନ୍ତୁ ଗୋଟିଏ ଦିନରେ କେତୋଟି ରହିଛି ଲୋକାଲ କେସ୍‌

ଭଦ୍ରକ ଅଫିସ,୯।୮: ଭଦ୍ରକ ଜିଲାରେ ରବିବାର ୫୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ୍‌ ସଂଖ୍ୟା ୯୧୫ ଛୁଇଁଛି। ରବିବାର ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ଜଣେ ଚିହ୍ନଟ ହୋଇଥିବା ବେଳେ ୫୭ ଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ୬୫୩ ଜଣ ସୁସ୍ଥ ହୋଇଥିବା ବେଳେ ୨୫୮ ଜଣ ଚିକିତ୍ସାଧୀନ ଅଛନ୍ତି। ୪ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ବର୍ତ୍ତମାନ ସୁଦ୍ଧା ୨୨,୩୫୩ ଜଣଙ୍କ ସ୍ବାବ ପରୀକ୍ଷା ସାରିଥିବା ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel