ନୂଆଦିଲ୍ଲୀ,୧୯।୧: ହାଇକ୍ ସୋସିଆଲ୍ ମେସେଜିଙ୍ଗ୍ ଆପ୍ ‘ହାଇକ୍’କୁ ବନ୍ଦ କରିଦିଆଯାଇଛି। ଆପ୍ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ ଭାରତୀ ମିତ୍ତଲ ଟୁଇଟ୍ କରି ଏହା ନିଶ୍ଚିତ କରିଛନ୍ତି। ଏହା ଏକ ଭାରତୀୟ ଆପ୍ ଥିଲା। ୨୦୧୨ରେ ହାଇକ ଲଞ୍ଚ କରାଯାଇଥିଲା ପରେ ଏହାର ଲୋକପ୍ରିୟତା ବୃଦ୍ଧି ପାଇ ନୂତନ ଉଚ୍ଚତାରେ ପହଞ୍ଚିଲା।କିନ୍ତୁ କିଛି ସମୟ ପରେ, ଏହା ଖସିଯିବା ଆରମ୍ଭ କରେ କାରଣ ହ୍ବାଟସ ଆପ ପରି ବିଦେଶୀ ମେସେଜିଂ ଆପ ବିଶ୍ୱବ୍ୟାପୀ ଲୋକଙ୍କୁ ପ୍ରଭାବିତ କରିଛି। ହାଇକ ଷ୍ଟିକର୍ ଚାଟ କରୁଥିବାରୁ ଏହାକୁ ସର୍ବ ବୃହତ ଭାରତୀୟ ଫ୍ରିୱେୟାର, କ୍ରସ ପ୍ଲାଟଫର୍ମ ଇନଷ୍ଟାଣ୍ଟ ମେସେଜିଂ ଆପ୍ଲିକେସନ ମଧ୍ୟ କୁହାଯାଉଥିଲା। ଅଗଷ୍ଟ ୨୦୧୬ସୁଦ୍ଧା, ହାଇକେ ପାଖାପାଖି ୧୦୦ ନିୟୁତ ପଞ୍ଜୀକୃତ ଉପଭୋକ୍ତା ଥିଲେ ଏବଂ ୧୦ଟି ଆଞ୍ଚଳିକ ଭାରତୀୟ ଭାଷାକୁ ମଧ୍ୟ ଏହି ଆପ୍ ସପୋର୍ଟ କରୁଥିଲା। ଫଳରେ ହାଇକକୁ ଆପ ଷ୍ଟୋରରୁ ହଟାଇ ଦିଆଯାଇଛି। ହ୍ବାଟସଆପ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏହା ଭାରତରେ ଲଞ୍ଚ କରାଯାଇଥିଲା। ଏହା ଜାପାନର ସଫ୍ଟବ୍ୟାଙ୍କ ଗ୍ରୁପ ଦ୍ୱାରା ମଧ୍ୟ ଅର୍ଥ ପ୍ରଦାନ କରାଯାଇଥିଲା। ଭାରତ ଏୟାରଟେଲର ପ୍ରମୋଟର ସୁନୀଲ ଭାରତୀ ମିତ୍ତଲଙ୍କ ପୁଅ କେଭିନ ଭାରତୀ ମିତ୍ତଲଙ୍କ ଦ୍ୱାରା ଏହି ଆପ ଆରମ୍ଭ କରିଥିଲେ।