ମୁରୁସୁଆଁ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା: କାର୍ଯ୍ୟାନୁଷ୍ଠାନ ଭୟରେ ଆଜି ଖୋଲିଲେ

କେନ୍ଦୁଝର,୧୯ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ମୁରୁସୁଆଁ ଅଙ୍ଗନଓ୍ବାଡ଼ି କେନ୍ଦ୍ରର ତାଲା ଗୁରୁବାର ଖୋଲାଯାଇଛି। ପ୍ରଶାସନ ତଥା ପୋଲିସର ତାଗିଦ ପରେ ତାଲା ପକାଇ ଥିବା ବ୍ୟକ୍ତି ଆଜି କେନ୍ଦ୍ରର ତାଲା ଖୋଲିଥିବା ଜଣାପଡ଼ିଛି। ଫଳରେ କେନ୍ଦ୍ରର ଅଚଳାବସ୍ଥା ସ୍ବାଭାବିକ ହୋଇଛି।

ସୂଚନାଯୋଗ୍ୟ, ବୁଧବାର ମୁରୁସୁଆଁ ଗ୍ରାମର ଭାଜପା ନେତାମାନେ ୩ୟ ସ୍ଥାନରେ ଥିବା ଜଣେ ମହିଳାଙ୍କୁ ହେଲପର ଭାବେ ନିଯୁକ୍ତି ଦେବାକୁ ନେଇ ହୋ-ହଲ୍ଲା କରି ଶିଶୁମାନଙ୍କୁ କେନ୍ଦ୍ରରୁ ଟାଣି ବାହାର କରି ଦେଇ କେନ୍ଦ୍ରରେ ତାଲା ପକାଇଥିଲେ। ଫଳରେ ମଧ୍ୟାହ୍ନଭୋଜନ କରିବାକୁ ଅପେକ୍ଷା କରିଥିବା ଶିଶୁଙ୍କୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିରାଶରେ ଭୋକ ଉପାସରେ ଶିଶୁମାନେ ଘରକୁ ଫେରି ଯାଇଥିଲେ। ଏ ନେଇ ଅଙ୍ଗନଓ୍ବାଡ଼ି ଦିଦି ଓ ସହାୟିକା ପଳାଶପଙ୍ଗା ଫାଣ୍ଡିରେ ଏତଲା ଦେବା ସହ ସିଡିପିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ତେବେ ପଳାଶପଙ୍ଗା ଫାଣ୍ଡି ଅଧିକାରୀ ସୂର୍ଯ୍ୟ ନାରାୟଣ ରାଉତରାୟଙ୍କ ଉଦ୍ୟମ କ୍ରମେ ଅଭିଯୁକ୍ତମାନେ ଗୁରୁବାର ସକାଳୁ ସକାଳୁ କେନ୍ଦ୍ରକୁ ଯାଇ ତାଲା ଖୋଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ଜୟନ୍ତୀ ଉତ୍ସବ, ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ବାଲିଗୁଡା,୧୪।୦୪,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି...

ବିଶ୍ବ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ପକ୍ଷରୁ ପଣା ବଣ୍ଟନ

ରାଇକିଆ,୧୪।୪,(ପ୍ରଦୀପ ବେହେରା): ମହା ବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ ପାଇଁ କନ୍ଧମାଳ ଜିଲା ରାଇକିଆ ବିଶ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ...

ମହାବିଷୁବ ସଂକ୍ରାନ୍ତିରେ ତୃଷାର୍ତ୍ତଙ୍କୁ ପଣା ବାଣ୍ଟିଲେ ମହିଳା

ବଲାଙ୍ଗୀର,୧୪ା୪(ସୁନୀଲ କୁମାର ମହାନ୍ତି): ମହାବିଷୁବ ସଂକ୍ରାନ୍ତି ଅବସରରେ ଜିଲା ଚିତ୍ରଗୁପ୍ତ କଲ୍ୟାଣ ସଂଘ ମହିଳା ଶାଖା ପକ୍ଷରୁ ବଲାଙ୍ଗୀର ନରସିଂହ ମନ୍ଦିର ସମ୍ମୁଖ ମୁଖ୍ୟରାସ୍ତା କଡ଼ରେ...

ମା’ ହତ୍ୟାର ପ୍ରତିଶୋଧ ନେଲେ ପୁଅ, ପଥରରେ ଛେଚି ବାପାଙ୍କୁ କଲେ ହତ୍ୟା

ରାଉରକେଲା,୧୪ା୪(ସଙ୍ଗୀତା ଜେନା): ବହୁ ପୂର୍ବରୁ ମାଆଙ୍କୁ ହତ୍ୟା କରିବାର ପ୍ରତିଶୋଧ ନେବା ପାଇଁ ଜଣେ ପୁଅ ବିଷ୍ଣୁ- (୨୨) ତାଙ୍କ ବାପା କ୍ରାନ୍ତି କୁମାର ବର୍ମା...

ପଣା ସଂକ୍ରାନ୍ତିରେ ମନ୍ଦିରରୁ ମିଳିଲା ପୂଜକଙ୍କ ଝୁଲନ୍ତା ମୃତଦେହ

କଟକ,୧୪।୪: ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏନେଇ ଗାଁଠୁ ସହର ସବୁଠି ଉତ୍ସବମୁଖର। ଘରେ ଘରେ ଚାଲିଛି...

କାର୍ଯ୍ୟଦକ୍ଷତା ବୃଦ୍ଧି କରେ ମନ ପସନ୍ଦର ସଙ୍ଗୀତ

ଯଦି ଜଣେ ବ୍ୟକ୍ତି ପ୍ରତିଦିନ କିଛି ସମୟ ନିଜ ମନ ପସନ୍ଦର ସଙ୍ଗୀତ ଶୁଣନ୍ତି ତେବେ ତାଙ୍କର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇପାରେ। ଏପରି ଆକଳନ କରିଛନ୍ତି...

ଓଡ଼ିଆ ନୂଆବର୍ଷର ସଂକଳ୍ପ

ଆଜି ପବିତ୍ର ଓଡ଼ିଆ ନୂଆବର୍ଷ। ମହାବିଷୁବ ସଂକ୍ରାନ୍ତି। ମହାବୀର ହନୁମାନ ଜୟନ୍ତୀ। ଆଜି ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ଓଡ଼ିଆ ପାଞ୍ଜିର ହେବ ଶୁଭାରମ୍ଭ। ଆଜି...

ବାବୁଙ୍କୁ ‘ଇ-ପାର୍‌’ ଅଡୁଆ

ଭୁବନେଶ୍ୱର,୧୪ା୪(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନ ଗ୍ରୁପ୍‌-କ ଏବଂ ଖ ବର୍ଗର ଅଧିକାରୀମାନେ ସେମାନଙ୍କ ପର୍‌ଫର୍ମାନ୍ସ ଆପ୍ରାଇଜାଲ ରିପୋର୍ଟ(ଇ-ପାର୍‌) ତଥ୍ୟ ଏଚ୍‌ଆର୍‌ଏମ୍‌ଏସ୍‌ ପୋର୍ଟାଲରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image