ଲକ୍‌ଡ଼ାଉନ୍‌ ଶିଖାଇ ଦେଲା ଦାମ୍ପତ୍ୟ ଜୀବନର ଗୁରୁତ୍ୱ: ଛାଡ଼ପତ୍ର ମାମଲା ପ୍ରତ୍ୟାହାର କଲେ ସ୍ତ୍ରୀ

ଭୋପାଳ,୧।୧୨: ଦାମ୍ପତ୍ୟ ଜୀବନରେ କେତେକ ଭୁଲ ବୁଝାମଣା ଏବଂ ସନ୍ଦେହରୁ ଝଡ଼ ଦେଖାଦେଇଥାଏ। ମଧ୍ୟପ୍ରଦେଶରେ ଏଭଳି ଏକ ଘଟଣାରେ ଜଣେ ସ୍ତ୍ରୀ ନିଜ ଭାଇ, ଭାଉଜ ଏବଂ ପରିବାର ସଦସ୍ୟଙ୍କ କଥାରେ ପଡ଼ି ସ୍ବାମୀଙ୍କ ବିରୋଧରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ। ସେ ୩ ବର୍ଷ ଧରି ନିଜ ମାତା ପିତାଙ୍କ ଘରେ ରହିଆସୁଥିଲେ। ମାତ୍ର ଲକ୍‌ଡାଉନ୍‌ ସମୟରେ ସେ ତାଙ୍କ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିବା ଲାଗି ପରିବାର ସଦସ୍ୟ ଉଦ୍ୟମ କରୁଥିବା ଜାଣିପାରିଥିଲେ। ସେ ସ୍ବାମୀଙ୍କ ପାଖକୁ ଫେରିଆସିବା ପାଇଁ ପରିବାର କୋର୍ଟ କାଉନସେଲରଙ୍କୁ କହିଥିଲେ। ଏବେ ସେ ସ୍ବାମୀଙ୍କ ପାଖକୁ ଫେରିଆସିଛନ୍ତି। ସେ ଛାଡ଼ପତ୍ର ମାମଲା ପ୍ରତ୍ୟାହାର କରିଛନ୍ତି। ଲକ୍‌ଡାଉନ୍‌ ତାଙ୍କୁ ଦାମ୍ପତ୍ୟ ଜୀବନର ଗୁରୁତ୍ୱ ଶିଖାଇ ଦେଇଥିବା ସେ କହିଛନ୍ତି।

Share