ରାଷ୍ଟ୍ରପତି କିଏ କହିପାରିଲେନି

ବମ୍ବେ: ସେଲିବ୍ରିଟି ସିନା ହେଲେ ସାଧାରଣ ଜ୍ଞାନ ନାହିଁ। ସୋସିଆଲ ମିଡିଆରେ ବିଭିନ୍ନ ପ୍ରସଙ୍ଗରେ ମୁଣ୍ଡ ପୁରାଇ ବିବାଦକୁ ଚାଲି ଆସୁଥିଲେ ହେଁ ଦେଶର ରାଷ୍ଟ୍ରପତିଙ୍କ ନାମ କହିପାରିଲେନାହିଁ। ଏଭଳି କିଛି ଦେଖିବାକୁ ମିଳିଛି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ଡିଜିଟାଲ ରିଆଲିଟି ଶୋ’ ‘ଲକ୍‌ ଅପ୍‌’ରେ।

ଶୋ’ରେ ପ୍ରତିଯୋଗୀ ଭାବେ ଭାଗ ନେଇଛନ୍ତି ସାରା ଖାନ୍‌, ନିଶା ରାଓ୍ବଲ, ପାୟଲ ରୋହତଗୀ ଏବଂ ପୁନମ ପାଣ୍ଡେ ପ୍ରମୁଖ। ନିକଟରେ ଏମାନଙ୍କୁ ନେଇ ଏକ ଟାସ୍କ ହୋଇଥିଲା। ସେମାନଙ୍କୁ ସାଧାରଣ ଜ୍ଞାନ ସମ୍ପର୍କିତ କିଛି ପ୍ରଶ୍ନ ପଚରାଯାଇଥିଲା। ଏହି ସମୟରେ ସେମାନଙ୍କୁ ଭାରତର ରାଷ୍ଟ୍ରପତି କିଏ ବୋଲି ପ୍ରଶ୍ନ କରାଯାଇଥିଲା। ହେଲେ କେହି ତାର ଉତ୍ତର ଦେଇ ପାରି ନ ଥିଲେ।

ବିଶେଷକରି ଟୁଇଟରରେ ରାଜନୈତିକ ଘଟଣାବଳୀ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଆସୁଥିବା ପାୟଲ ମଧ୍ୟ ଏହାର ଜବାବ ଦେଇ ପାରି ନ ଥିଲେ। ଏପରିକି ଟୁଇଟରରେ କେତେ ଅକ୍ଷର ଲେଖିପାରିବ ସେନେଇ ବି କିଛି କହିପାରି ନ ଥିଲେ। ଠିକ୍‌ ଉତ୍ତର ୨୮୦ ହୋଇଥିବା ବେଳେ ପାୟଲ କହିଥିଲେ ୧୪୦।

ଏବେ ଏହି ଭିଡିଓ ବେଶ ଭାଇରାଲ ହେଉଛି। ଦର୍ଶକମାନେ ପ୍ରତିଯୋଗୀଙ୍କୁ ନେଇ କଟାକ୍ଷ କରୁଛନ୍ତି।

Share