ରିଲିଜ ହେଲା ଶୋ’ ଲକଅପର ଧମାକାଦାର ଟ୍ରେଲର

ମୁମ୍ବାଇ: ନିଜର ବେକାବୁ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବଲିଉଡ ପଙ୍ଗା ଗର୍ଲ କଙ୍ଗନା ରାନାୱତ ଏବେ ତାଙ୍କ ନୂଆ ଶୋ’କୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । ସବୁ ପ୍ରସଙ୍ଗକୁ ନେଇ ସେ ଅନେକ ସମୟରେ ନିଜର ମତ ରଖିଥାଆନ୍ତି । ଯାହା ବେଳେ ବେଳେ ତାଙ୍କୁ ବିବାଦୀୟ କରିପକାଏ । ଫିଲ୍ମରେ ଅଭିନୟ କରି ଦର୍ଶକଙ୍କର ନିକଟତର ହୋଇଥିବା କଙ୍ଗନା ଏବେ ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ଓଟିଟି ପ୍ଲାଟଫର୍ମରେ ସେ ଏବେ ଧମାଲ କରିବାକୁ ଅପେକ୍ଷା କରିଛନ୍ତି ।
କଙ୍ଗନା ଖୁବଶୀଘ୍ର ଓଟିଟିରେ ତାଙ୍କ ରିୟଲିଟି ଶୋ’ରେ ଦେଖାଦେବେ । ସେ ଏହି ଶା’କୁ ହୋଷ୍ଟ କରିଛନ୍ତି । ଏହାରି ଭିତରେ ଅଭିନେତ୍ରୀ ଏହାର ଟ୍ରେଲର ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଏକତା କପୁରଙ୍କ ଏହି ଶୋ’ କଥା ଘୋଷଣା ହେବା ପରେ ଦର୍ଶକେ ଉତ୍ସୁକତାର ସହ ଏହାକୁ ଅପେକ୍ଷା ରଖିଛନ୍ତି । ଏଥିରେ କଙ୍ଗନା ତାଙ୍କ ଧାକଡ ରୂପ ଦେଖାଇବେ ।

Share