ଓଟିଟି ନୁହେଁ ଟେଲିଭିଜନରେ ପ୍ରସାରିତ ହେବ ‘ଲକ ଅପ ୨’

ମୁମ୍ବାଇ: ରିଏଲିଟି ଶୋ ‘ଲକ ଅପ ସିଜନ ୨’ ଖୁବ ଶୀଘ୍ର ଧମାଲ କରିବାକୁ ଆସୁଛି। ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାଓ୍ବତଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ‘ଲକ ଅପ’ ବାସ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ଗତ ସିଜନ ଓଟିଟିରେ ପ୍ରିମିୟର ହୋଇଥିଲା। ହେଲେ ଏଥର ଫର୍ମାଟ ସହ ମିଡିୟମ ବି ବଦଳି ଯାଇଛି। ଏଥର ଶୋ’ ଓଟିଟି ବ୍ୟତୀତ ଟେଲିଭିଜନରେ ବି ପ୍ରିମିୟର କରାଯିବ। ଏହି ଖବର କଙ୍ଗନାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ହୋଇଯାଇଛି।
ସମସ୍ତେ ଜାଣିଛନ୍ତି ‘ଲକ ଅପ’ର ପ୍ରଥମ ସିଜନକୁ ଦର୍ଶକେ କାଫି ପସନ୍ଦ କରିଥିଲେ। ଏକତା କପୁରଙ୍କ ଶୋ’ର ହୋଷ୍ଟ ଥିଲେ ବଲିଉଡ ବିୟୁଟି କଙ୍ଗନା ରାନାଓ୍ବତ। ଏଥିରେ କରନ କୁନ୍ଦ୍ରା ଜେଲର ହୋଇଥିଲେ। ପପୁଲାର କଣ୍ଟେଷ୍ଟାଣ୍ଟଙ୍କ ମଧ୍ୟରୁ ମୁନବ୍ବର ଫାରୁକି ସିଜନର ଟ୍ରଫି ଜିତିଥିଲେ। ମୁନବ୍ବର ଓ ଅଞ୍ଜଳିଙ୍କ ରୋମାନ୍ସର ପପୁଲାରିଟି ହାଇପ ହୋଇଥିଲା। ଏବେ ସିଜନ ୨କୁ ଆହୁରି ମଜାଦାର କରିବାକୁ ପ୍ରସ୍ତୁତି ଚାଲିଛି।

Share