ବେଜିଂ,୧୯।୪: ଚାଇନାରେ କରୋନା ଏବେ ବ୍ୟାପିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ ଏଠାରେ ୨୮ଟି ସହରରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ସମୟରେ ନିୟମ ଏତେ କଠୋର ରହିଛି, ୧୬.୫ କୋଟି ଲୋକ ନିଜ ଘରେ ରହିବାକୁ ବାଧ୍ୟ ହେଉଛନ୍ତି। ସରକାରଙ୍କ ଶୂନ କୋଭିଡ ନୀତି ସାଧାରଣ ନାଗରିକଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। କେତେକ ସ୍ଥାନରେ ଲୋକମାନେ ୨୪ ଘଣ୍ଟା ଭୋକ ଉପାସରେ ରହୁଛନ୍ତି। ଲୋକଙ୍କୁ ମାତ୍ର ୧ ଘଣ୍ଟା ପାଇଁ ଖାଦ୍ୟ ସାମଗ୍ରୀ କିଣିବାକୁ ଅନୁମତି ଦିଆଯାଇଛି।
ତାଇୱାନରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରଥମ ଥର ପାଇଁ ୧୦ ହଜାରରୁ ଅଧିକ କରୋନା ମାମଲା ଚିହ୍ନଟ ହୋଇଛି। ନିକଟରେ ତାଇୱାନ ସରକାର ଏହାର ଶୂନ-କୋଭିଡ ନୀତି ହଟାଇବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ତ୍ତମାନ ଏହା ଅତ୍ୟଧିକ ମାତ୍ରାରେ ପ୍ରମାଣିତ ହେଉଛି। ତାଇୱାନ ପୁଣିଥରେ ଏହାର ସୀମାକୁ ବନ୍ଦ ଦିଆଯାଇଛିି ଏବଂ ସଂକ୍ରମଣର ସଂଖ୍ୟାକୁ କମାଇବା ପାଇଁ କଠୋର କ୍ୱାରାଣ୍ଟାଇନ୍ ନିୟମ ଲାଗୁ କରାଯାଇଛି।