ମେ’ ୩୧ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ଯୁଦ୍ଧ ଏବେ ବି ରହିଛି ବାକି, କହିଲେ ମୁଖ୍ୟମନ୍ତ୍ରୀ..

ନୂଆଦିଲ୍ଲୀ,୨୩।୫: ଦିଲ୍ଲୀରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ତୀବ୍ରବେଗରେ ବ୍ୟାପିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ପକ୍ଷରୁ ଲକ୍‌ଡାଉନ୍‌ ସମୟ ସୀମାକୁ ମେ’ ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଦିଲ୍ଲୀରେ ଏପ୍ରିଲ୍‌ ୧୮ରୁ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ ମେ’ ୨୪ରେ ଶେଷ ହୋଇଥାନ୍ତା। ତେବେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ପୂଣି ଏକ ସପ୍ତାହ ବଢ଼ାଇ ଦିଆଯାଇଛି। କରୋନା ବିରୋଧରେ ଯୁ୍‌ଦ୍ଧ ଏବେ ବି ବାକି ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଲକ୍‌ଡାଉନ୍‌ ଘୋଷଣା ସମୟରେ ସଂକମ୍ରଣ ହାର ୩୬ ପ୍ରତିଶତ ଥିଲା। ମାତ୍ର ଏଥିରେ ଏବେ ସୁଧାର ଆସିଛି। ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୧୬୦୦ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Share