ପୁଣି ସପ୍ତାହେ ବଢ଼ିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୧୬।୫: ଦିଲ୍ଲୀରେ ଲକ୍‌ଡାଉନ ଯୋଗୁ କରୋନାର ଦ୍ୱିତୀୟ ଲହରର ସଂକ୍ରମଣ ଗତିରେ ସାମାନ୍ୟ ହ୍ରାସ ହୋଇଥିବା ଦେଖିବାକୁ ମିଳିଛି। ଏହାର ପ୍ରଭାବକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରାଜ୍ୟରେ ପୁଣି ଥରେ ଲକ୍‌ଡାଉନର ଅବଧିକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ରାଜ୍ୟରେ ଏକ ସପ୍ତାହ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରିବା ସହ ମେ’୨୪ ଯାଏ ସମସ୍ତ କଟକଣାକୁ ବଳବତ୍ତର ରଖିଛନ୍ତି। ଏନେଇ ରବିବାର ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ପୂର୍ବରୁ ଏହି ଲକ୍‌ଡାଉନର ଅବଧି ମେ’ ୧୭ରେ ଯାଏ ରହିଥିଲା। ଅନ୍ୟପଟେ ଲକ୍‌ଡାଉନ ଯୋଗୁ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ପୂର୍ବ ତୁଳନାରେ ୧ ପ୍ରତିଶତ କମି ୧୦ ପ୍ରତିଶତ ପାଖାପାଖିରେ ପହଞ୍ଚିଛି ବୋଲି କେଜରିଓ୍ବାଲ କହିଛନ୍ତି।

Share