ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌

ଲଣ୍ଡନ, ୨୪।୧: ବ୍ରିଟେନ୍‌ରେ କରୋନା ମହାମାରୀ ସଂକ୍ରମଣର ନୂଆ ଷ୍ଟ୍ରେନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ସରକାରୀ ପ୍ରତିବନ୍ଧକ ସତ୍ତ୍ୱେ କରୋନା ସଂକ୍ରମଣକୁ ରୋକିବା ସମ୍ଭବ ହୋଇ ପାରୁ ନାହିଁ। ଦେଶରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଜାରି ରହିଥିବା ଲକ୍‌ଡାଉନ୍‌ ସମୟ ସୀମାକୁ ଜୁଲାଇ ୧୭ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ବାହାର ଦେଶରୁ ଆସୁଥିବା ଲୋକଙ୍କ ପାଇଁ ବାଧ୍ୟତାମୂଳକ ୧୦ ଦିନିଆ କ୍ୱାରାଣ୍ଟାଇନ୍‌ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ସଂକ୍ରମଣ କମିଲେ ଜାରି ରହିଥିବା କଟକଣାକୁ ହଟାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଠାରେ ସାର୍ବଜନୀକ ଟିକାକରଣ ଆରମ୍ଭ ହୋଇ ସାରିଛି। ତେବେ ଟିକାର ୨ ଡୋଜ୍‌ ମଧ୍ୟରେ ୨୧ ଦିନର ବ୍ୟବଧାନ ରଖିବା ଲାଗି ପୂର୍ବରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏବେ ଏହାକୁ ବଢ଼ାଇ ୧୨ ସପ୍ତାହ କରିବା ଲାଗି ଦାବି ହେଉଛି। ଏହାକୁ ନେଇ ଏବେ ଟିକାକରଣରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ୨ ଡୋଜ୍‌ ମଧ୍ୟରେ ସମୟ ବଢ଼ିଲେ ଅଧିକ ଲୋକଙ୍କୁ ସୁରକ୍ଷା ପାଇଁ ଗୋଟିଏ ଡୋଜ୍‌ ଦିଆଯାଇ ପାରିବ ବୋଲି ଦାବି କରାଯାଉଛି।

Share