ଜୁନ୍‌ ୧୭ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ୍‌

ଭୁବନେଶ୍ୱର,୩୦।୫(ବ୍ୟୁରୋ): ରାଜ୍ୟରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ଜୁନ୍‌ ୧ରୁ ଜୁନ ୧୭ ପର୍ଯ୍ୟନ୍ତ ଅର୍ଥାତ୍‌ ୧୬ ଦିନ ସରକାର ଲକଡାଉନ ବଢାଇ ଦେଇଛନ୍ତି। ରବିବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଆଣିବା ପାଇଁ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ପୂର୍ବବତ୍‌ ସପ୍ତାହାନ୍ତ ଶଟ୍‌ଡାଉନ୍‌ ଜାରି ରହିବ। ଅନ୍ୟପକ୍ଷରେ ପୂର୍ବପରି ଲୋକେ ନିକଟସ୍ଥ ଦୋକାନକୁ ସକାଳ ୭ଟାରୁ ଦିନ ୧୧ଟା ଭିତରେ ଚାଲି ଚାଲି ଯାଇ ପନିପରିବା ଓ ଗ୍ରୋସରୀ କିଣି ପାରିବେ। ତେବେ ଲକ୍‌ଡାଉନ୍‌ରେ ଜରୁରୀ ସେବା ଜାରି ରହିବ। ତେବେ ୩ ଜିଲା ନୂଆପଡା, ଗଜପତି ଏବଂ ସୁନ୍ଦରଗଡ ଜିଲାରେ ସଂକ୍ରମଣ କମୁଥିବାରୁ ସେଠାରେ କଟକଣା କିଛିଟା କୋହଳ କରାଯାଇଛି। ଏଠାରେ ସକାଳ ୭ଟାରୁ ଦିନ ୧ ଯାଏ ଦୋକାନ ଖୋଲା ରହିବ।

 

Share